‘ଶାହାରୁଖ୍‌ ସେ ପର୍ଯ୍ୟନ୍ତ ସୁପରଷ୍ଟାର ଥିଲେ ଯେ ପର୍ଯ୍ୟନ୍ତ ମୁଁ ତାଙ୍କ ପାଇଁ ଗାଉଥିଲି’, ନିଜ କଥାରେ ଶାହାରୁଖ୍‌ଙ୍କ ଉପରେ ଆକ୍ରମଣ କଲେ ବଲିଉଡ୍‌ର ଏହି ଲୋକପ୍ରିୟ କଣ୍ଠଶିଳ୍ପୀ

ମୁମ୍ବାଇ: ବଲିଉଡ୍‌ରେ ଏମିତି ଅନେକ କଣ୍ଠଶିଳ୍ପୀ ଅଛନ୍ତି, ଯେଉଁମାନେ ନିଜର ସ୍ୱର କଳାକାରମାନଙ୍କୁ ଦେଇ ସେମାନଙ୍କୁ ସୁପରଷ୍ଟାର ବନାଇଥାନ୍ତି । ବେଳେ ବେଳେ ଗୀତ ପାଇଁ ଫିଲ୍ମ ଏବଂ କଳାକାର ଦୁହେଁ ହିଟ୍‌ ହେବା ଦେଖା ଯାଇଥାଏ । ଆଜି ବଲିଉଡ୍‌ର ଅନେକ ଲୋକପ୍ରିୟ କଣ୍ଠଶିଳ୍ପୀ ପରଦାରୁ ହଜି ଯାଇଥିବା ବେଳେ ଏବେ ବି ମଧ୍ୟ ସେମାନଙ୍କ ଗୀତକୁ ସମସ୍ତେ ମନେ ରଖିଛନ୍ତି । ତେବେ ବଲିଉଡ୍‌ର ଜଣେ କଣ୍ଠଶିଳ୍ପୀ ଏବେ ନିଜକୁ ଶାହାରୁଖ୍‌ ଖାନ୍‌ ସଫଳତା ପାଇଁ ଦାୟୀ କରିଥିବା ଦେଖା ଯାଇଛି । କଣ୍ଠଶିଳ୍ପୀ ଅଭିଜିତ୍‌ ଭଟାଚାର୍ଯ୍ୟଙ୍କ ଗୀତ ଏବେ ଶୁଣିବାକୁ ମିଳୁ ନଥିବା ବେଳେ ଦିନ ଥିଲା ତାଙ୍କ କଣ୍ଠର ଯାଦୁ ସମସ୍ତଙ୍କ ଉପରେ ରହିଥିଲା ।

India Today

ଏକ ସାକ୍ଷାତକାରରେ ଯୋଗ ଦେଇ ସେ ଶାହାରୁଖ୍‌ଙ୍କୁ ସୁପରଷ୍ଟାର ବନାଇଥିଲେ ବୋଲି କହିଛନ୍ତି । ଯେ ପର୍ଯ୍ୟନ୍ତ ମୁଁ ତାଙ୍କ ପାଇଁ ଗାଉଥିଲି ସେ ପର୍ଯ୍ୟନ୍ତ ସେ ସୁପରଷ୍ଟାର ଥିଲେ ବୋଲି କହିଛନ୍ତି କଣ୍ଠଶିଳ୍ପୀ ଅଭିଜିତ୍‌ ଭଟାଚାର୍ଯ୍ୟ । “ମୋର ସ୍ୱର ତାଙ୍କୁ ସୁପରଷ୍ଟାର ବନାଇଥିଲା । ଯେ ପର୍ଯ୍ୟନ୍ତ ମୁଁ ଗାଉଥିଲି ସେ ପର୍ଯ୍ୟନ୍ତ ସେ ସୁପରଷ୍ଟାର ଥିଲେ । ମୁଁ ଯେତେବେଳେ ତାଙ୍କ ପାଇଁ ଗାଇବା ବନ୍ଦ କରିଦେଲି ସେ ଲୁଙ୍ଗି ଡ଼୍ୟାନ୍ସକୁ ଚାଲି ଆସିଲେ” ବୋଲି କହିଥିଲେ ଅଭିଜିତ୍‌ । ଶାହାରୁଖ୍‌ଙ୍କ ପାଇଁ ଗାଇବା ଛାଡ଼ିବା ପଛର କାରଣ କ’ଣ ଥିଲା ବୋଲି ପଚରାଯିବା ପରେ,”ଏହା ପଛରେ ବହୁତ ଛୋଟ କାରଣ ଥିଲା । ଫିଲ୍ମ ମେଁ ହୁଁ ନାର ସଫଳତାର ଶ୍ରେୟ ସମସ୍ତଙ୍କୁ ଦିଆ ଯାଇଥିଲା । କିନ୍ତୁ କଣ୍ଠଶିଳ୍ପୀମାନଙ୍କୁ ଫିଲ୍ମ ସଫଳ ହେବାର କୌଣସି ଶ୍ରେୟ ଦିଆ ଯାଇ ନଥିଲା । ଏଭଳି ଭୁଲ ପୁଣି ଥରେ ଓମ୍‌ ଶାନ୍ତି ଓମ୍‌ ସମୟରେ କରାଯାଇଥିଲା । କଣ୍ଠଶିଳ୍ପୀମାନଙ୍କୁ କୌଣସି ସମ୍ମାନ ଦିଆ ଯାଉ ନଥିବା ଦେଖି ମୁଁ ଶାହାରୁଖ୍‌ଙ୍କ ପାଇଁ ଗାଇବା ଛାଡ଼ିଦେଲି” ବୋଲି କହି ଅଭିଜିତ୍‌ ନିଜର ଦୁଃଖ ଜାହିର କରିଛନ୍ତି ।

ସମ୍ବନ୍ଧିତ ଖବର