ଅକ୍ଷୟ କୁମାରଙ୍କୁ ଏହି କାରଣରୁ ଈର୍ଷା କରନ୍ତି ସୁନୀଲ ସେଟ୍ଟୀ

ମୁମ୍ବାଇ: ବଲିଉଡର ୨ ସୁପରଷ୍ଟାର ସୁନୀଲ ସେଟ୍ଟୀ ଏବଂ ଅକ୍ଷୟ କୁମାର ପ୍ରାୟ ଏକା ସମୟରେ ସେମାନଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହି ଦୁଇ ଜଣ ଅନେକ ଫିଲ୍ମରେ ଏକା ସାଥିରେ କାମ କରିଛନ୍ତି। ଧଡକନ ଚଳଚ୍ଚିତ୍ରରେ ୨ ଜଣଙ୍କ ଭୂମିକା ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ଦୁହିଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ଦର୍ଶକଙ୍କ ପକ୍ଷେ କଷ୍ଟ ହେଇ ପଡ଼ିଥିଲା। ତେବେ ପରବର୍ତ୍ତୀ ମୁହୂର୍ତ୍ତରେ କିନ୍ତୁ ଦୁହିଙ୍କ କ୍ୟାରିୟର ଏକା ପରି ରହିନଥିଲା। ଅପେକ୍ଷକୃତ ହିଟ୍ ହେଇ ଯାଇଥିଲେ ଅକ୍ଷୟ।

ଏ ନେଇ ନିକଟରେ ନିଜର ଭାବନା ସେୟାର କରିଛନ୍ତି ସୁନୀଲ। ସେ କହିଛନ୍ତି ଯେ ସେ ଅକ୍ଷୟଙ୍କ ସଫଳତାକୁ ନେଇ ଇର୍ଷା କରନ୍ତି। ନିକଟରେ ଏକ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି ସୁନୀଲ।

ଆପଣ ଜାଣିଥିବେ ନିଶ୍ଚୟ ଯେ ସୁନୀଲ ସେଟ୍ଟୀ ଏବଂ ଅକ୍ଷୟ ଖୁବ୍ ଭଲ ବନ୍ଧୁ। ସେମାନେ ମୋହରା, ଧଡକନ, ହେରାଫେରି ଆଦି ଅନେକ ଫିଲ୍ମରେ ଏକତ୍ର ନଜର ଆସିଛନ୍ତି।

ଅକ୍ଷୟ ଓ ସୁନୀଲ ଯଦିଓ ନିଜ କ୍ୟାରିୟର ଏକା ସାଥିରେ ଆରମ୍ଭ କରିଥିଲେ, ମାତ୍ର ସେମାନେ ଆଗକୁ ଯିବା ପାଇଁ ରାସ୍ତା ଅଲଗା ବାଛିଥିଲେ।

ଅକ୍ଷୟ ଆଜି ଇଣ୍ଡଷ୍ଟ୍ରିର ସବୁଠାରୁ ବ୍ୟସ୍ତ ଓ ଅଧିକ ରୋଜଗାର କରୁଥିବା ଜଣେ ଷ୍ଟାର ବନି ପାରିଥିବା ବେଳେ ସୁନୀଲ କହିଛନ୍ତି ଯେ ସେ ତାଙ୍କ ଜୀବନରେ ଭୁଲ ଫିଲ୍ମ ଚୟନ କରିବା କାରଣରୁ ଏତେ ସଫଳତା ପାଇ ପାରିନାହାନ୍ତି।

ସମ୍ବନ୍ଧିତ ଖବର