ଏହି କାରଣରୁ ଶାହରୁଖ୍‌ ଖାନ୍‌ ଆଜି ପର୍ଯ୍ୟନ୍ତ ଦେଖି ନାହାନ୍ତି ନିଜର ପ୍ରଥମ ଫିଲ୍ମ ‘ଦିଓ୍ଵାନା’

ମୁମ୍ବାଇ : ବଲିଉଡ୍‌ ସୁପରଷ୍ଟାର ତଥା କିଙ୍ଗ ଖାନ୍‌ ଶାହରୁଖ୍‌ ଫିଲ୍ମ ‘ଦିଓ୍ଵାନା’ରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ରିଲିଜ୍‌ ହେବା ପରେ ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳିଥିଲା । ଏବେ ଏହି ଫିଲ୍ମକୁ ଦେଖିବା ନେଇ ଦର୍ଶକଙ୍କ ମନରେ ଉତ୍ସାହ ଭରି ରହିଛି । ଏହି ଫିଲ୍ମ ପରେ ଶାହରୁଖ୍‌ଙ୍କୁ ବଲିଉଡ୍‌ରେ ଏକ ନୂଆ ପରିଚୟ ମିଳିଥିଲା । କିନ୍ତୁ ଦର୍ଶକଙ୍କୁ ଭଲ ଲାଗିଥିଲେ ମଧ୍ୟ ଶାହରୁଖ୍‌ ନିଜର ପ୍ରଥମ ଫିଲ୍ମ ଏ ପର୍ଯ୍ୟନ୍ତ ଦେଖି ନାହାନ୍ତି ।

Cinestaan

ଏହାର କାରଣ ଜଣାଇବାକୁ ଯାଇ ଶାହାରୁଖ କହିଥିଲେ,”ଯେଉଁ ଫିଲ୍ମ କରିବା ସମୟରେ ମୁଁ ତାକୁ ଉପଭୋଗ କରି ପାରେ ନାହିଁ,ସେ ଫିଲ୍ମ ମୁଁ ଦେଖିବାକୁ ପସନ୍ଦ କରେ ନାହିଁ । ଦର୍ଶକଙ୍କୁ ପସନ୍ଦ ଆସିଲେ ମଧ୍ୟ ଯଦି ଫିଲ୍ମ କରିବା ସମୟରେ ମୁଁ ଏହାକୁ ଉପଭୋଗ କରି ପାରେ ନାହିଁ, ତେବେ ମୁଁ ଏହାକୁ କେବେ ହେଲେ ଦେଖେ ନାହିଁ।”

ସମ୍ବନ୍ଧିତ ଖବର