ନୂଆଦିଲ୍ଲୀ: ପୂର୍ବରୁ ଆମେ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କର ପିଲାଦିନର ଫଟୋ ଦେଖି‌ଛେ। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଚେହେରା ବଡ଼ ହେବା ପରେ ବି ବିଶେଷ ପରିବର୍ତ୍ତନ ହୋଇ ନଥାଏ। ଆଉ କିଛି ଜଣଙ୍କ ଚେହେରା ଆଦୌ ଚିହ୍ନି ହୁଏ ନାହିଁ। ଏଇ କିଛି ଦିନ ହେବ ସୋସିଆ‌ଲ୍‌ ମିଡିଆରେ ଏକ ଫଟୋଟି ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍ ଫଟୋରେ ନିଜ ବାପାଙ୍କ ସହ ଜଣେ ବାଳକଙ୍କୁ ଦେଖିବାକୁ ମିଳିଛି।

Advertisment

ସେହି ବାଳକ ଜଣକ ବଡ଼ ହୋଇ ସାରିଛନ୍ତି। ଆଜିକାଲି କେବଳ ତାଙ୍କରି ହିଁ ଚର୍ଚ୍ଚା ଚାଲିଛି। କହିପାରିବେ କି ସେ ବାଳକ ଜଣକ କିଏ? ଆପଣଙ୍କ ସୁବିଧା ସକାଶେ ଜଣାଇ ଦେଉଛୁ ଯେ ସେ ଆଜି ଜଣେ ଜଣାଶୁଣା ବଲିଉଡ୍‌ ତାରକା। ଜାଣିପାରିଲେ କି ? ଆହୁରି ସୁବିଧା ସକାଶେ ଜଣାଇ ଦେଉଛୁ ଯେ ଆସନ୍ତାକାଲି ତାଙ୍କର ବାହାଘର ହେବାକୁ ଯାଉଛି। ଏବେ ତ ଆପଣ ନିଶ୍ଚୟ ଜାଣି ସାରିବେଣି ଯେ ଆମେ ସିଦ୍ଧ‌ାର୍ଥ ମାଲହୋତ୍ରାଙ୍କ ବିଷୟରେ କହୁଛୁ ବୋଲି।

ହଳଦିଆ ପୋଷାକରେ ଥିବା ସିଦ୍ଧାର୍ଥ ପିତୃ ଦିବସ ଅବସରରେ ଫଟୋଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ। ଆସନ୍ତାକାଲି ତାଙ୍କ ବାହାଘର ହେବାକୁ ଯାଉଥିବାରୁ ଫଟୋଟି ଏବେ ଆହୁରି ଅଧିକ ଭାଇରାଲ୍‌ ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ, ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ଆସନ୍ତାକାଲି ବିବାହ କରିବେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା। ଦୁହିଁଙ୍କ ବିବାହ ଜୈସଲମରର  ପଞ୍ଚତାରକା ହୋଟେଲ ସୂର୍ଯ୍ୟଗଡ଼ ଦୁର୍ଗରେ ହେବ ବୋଲି ଆପଣ ଜାଣନ୍ତି। ଏହାପରେ ସବୁଦିନ ପାଇଁ ବିବାହ ବନ୍ଧନ‌ରେ ବାନ୍ଧି ହେ‌ବେ ଏହି ପ୍ରେମୀଯୁଗଳ।