ପୁଅ-ଝିଅ ଆଖିର ଇସାରାରେ କଥା ହେଉଥିବା ଭିଡିଓ ଭାଇରାଲ୍ , ଜାଣନ୍ତୁ ଅସଲ କଥା କ’ଣ !

ମୁମ୍ବାଇ :ଆଜି ହେଉଛି ହଗ୍ ଡେ । ଭଣ୍ଟୋଇନ୍ ଋତୁରେ ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ହଇଚଇ ସ୍‌ଷ୍ଟି କରିଛି। ପ୍ରାୟ ୨୫ ସେକେଣ୍ଡର ଏହି ଭିଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ କିଶୋର-କିଶୋରୀ ଏବଂ ଯୁବକ-ଯୁବତୀଙ୍କ ଭିତରେ ଢ଼େର ଆଗ୍ରହ ପରିଲକ୍ଷିତ ହୋଇଛି। ଏହି ଭିଡିଓ କ୍ଲିପ୍ ରେ ପ୍ରଥମେ ଜଣେ ପୁଅ ନିଜ ଆଖିର ଇସାରା ଝିଅକୁ କିଛି କହିଲା । ତାପରେ ଝିଅଟି ବି ତାର ପ୍ରତୁତ୍ତର ଦେଉଛି ଆଖିରେ। ଏହାପରେ ସେ ଦୁହେଁ ଆଖିର ଇସାରାରେ ପରସ୍ପର ସହିତ କଥା ହେଉଛନ୍ତି।

via GIPHY

ତେବେ ଏହି ଭିଡିଓର ସତ କ’ଣ ଆସନ୍ତୁ ଜାଣିବା। ଅସଲରେ ଏହା ହେଉଛି ମାଲୟାଲମ୍ ସିନେମା ‘ଓରୁ ଅଦାର ଲଭ୍’ର ଏକ ସିନ୍। ଏହି ସିନେମାରେ ଅଭିନେତ୍ରୀ ପ୍ରିୟା ପ୍ରକାଶ ବାରିଅର୍ ଡେବୁ କରୁଛନ୍ତି। ଏହି ସିନେମା ଆଗାମୀ ମାର୍ଚ ୩ ତାରିଖରେ ରିଲିଜ୍ ହେବ। ଏହାର ଏକ ଗୀତ ମନିକା ମଲରୟା ପୂବୀ… ରେ ପ୍ରିୟା ପ୍ରକାଶ ଏଭଳି ଆଖିରେ ଇସାରା କରିଛନ୍ତି। ଏହି ଗୀତକୁ ମାତ୍ର ୨୪ ଘଣ୍ଟାରେ ୧ ମିଲିଅନ୍ ଠାରୁ ଅଧିକ ଭିଉ ଏବଂ ୫୦ ହଜାରରୁ ଅଧିକ ଲାଇକସ୍ ମିଳିଛି। ୧୮ ବର୍ଷୀୟା ପ୍ରିୟା କେରଳର ଥ୍ରିସୁର ବିମଲା କଲେଜରେ ବି କମ୍ ପଢ଼ୁଛନ୍ତି। ଇତିମଧରେ ସେ କୋଟି କୋଟ ଲୋକଙ୍କର ମନରେ ଘର କରିସାରିଲେଣି।

ସମ୍ବନ୍ଧିତ ଖବର