ଭୁବନେଶ୍ବର: ଓଲିଉଡରେ ଅନେକ ସମୟରେ ଜଣେ ନିର୍ଦ୍ଦେଶକ ନିର୍ଦ୍ଧିଷ୍ଟ ଜଣେ ସଙ୍ଗୀତକାରଙ୍କୁ ନିଜ ସିନେମାର ଗୀତଗୁଡ଼ିକର ସ୍ବର ସଂଯୋଜନାର ଦାୟିତ୍ବ ଦେଇଥାନ୍ତି। ଥରେ ନୁହେଁ କି ଦୁଇ ଥର ନୁହେଁ ଏମିତି ଅନେକ ଥର କିଛି ନିର୍ଦ୍ଦେଶକ ଓ ସଙ୍ଗୀତକାରଙ୍କ ଯୋଡ଼ି ବନିଥିବାର ନଜର ରହିଛି। ଲଗାତାର ଦୁଇଟି ଛବିରେ ଏକାଠି କାମ କରିଥିବା ନିର୍ଦ୍ଦେଶକ -ସଙ୍ଗୀତକାରଙ୍କ ଯୋଡ଼ି ଏବେ ଭାଙ୍ଗିଯାଇଛି। ଏଠାରେ ଯେଉଁ ଯୋଡ଼ିଙ୍କ କଥା କୁହାଯାଉଛି, ସେମାନେ ହେଲେ ନିର୍ଦ୍ଦେଶକ ଶ୍ରୀତମ୍ ଦାସ ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର।
/sambad/media/post_attachments/wp-content/uploads/2018/08/sritam-das.j78pg.jpg)
ଅଭିଜିତ ମଜୁମଦାରଙ୍କ ପ୍ରଥମ ସ୍ବରାରୋପିତ ଓଡ଼ିଆ ଛବି ‘କାଶିଆ କପିଳା’ର ନାୟକ ଥିଲେ ଶ୍ରୀତମ୍ ଦାସ। ଠିକ୍ ସେହିପରି ଅଭିନେତାରୁ ନିର୍ଦ୍ଦେଶକ ସାଜି ଶ୍ରୀତମ୍ ଦାସ ଯେତେବେଳେ ପ୍ରଥମ ସିନେମା ‘ତୁ ଥା ମୁଁ ଯାଉଛି ରୁଷି’ ନିର୍ମାଣ କଲେ, ସେତେବେଳେ ସେଥିରେ ଅଭିଜିତ ମଜୁମଦାରଙ୍କୁ ସ୍ବର ସଂଯୋଜନାର ଦାୟିତ୍ବ ଦେଇଥିଲେ। ତ୍ରିବେଣୀ କୁମାର ମହାନ୍ତିଙ୍କ ପ୍ରଯୋଜିତ ଏହି ସିନେମାରେ ଅରିନ୍ଦମ, କୋଏଲ୍, ମିହିର ଦାସ, ଶ୍ରୀତମ୍ ଦାସ ଓ ଉଷସୀ ମିଶ୍ର ପ୍ରମୁଖ ଅଭନୟ କରିଥିଲେ। ଚିନ୍ମୟ ଦାସ ପଟ୍ଟନାୟକ ଏହାର ସଂଳାପକାର। ବଡ଼ କଥା ହେଉଛି ଯେ ‘ତୁ ଥା ମୁଁ ଯାଉଛି ରୁଷି’ ଲାଗି ଅଭିଜିତ ମଜୁମଦାରଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା।
/sambad/media/post_attachments/wp-content/uploads/2021/12/7b852b9c-743c-42d1-859a-62d8a1d73ccf.jpg)
ଏହାପରେ ପୁଣି ଅଶୋକ କୁମାର ଦାସଙ୍କ ପ୍ରଯୋଜିତ ‘ଦିଓ୍ଵାନା ହେଲି ତୋ‘ପାଇଁ’ରେ ପୁଣି ନିର୍ଦ୍ଦେଶକ ଶ୍ରୀତମ୍ ଦାସ ଅଭିଜିତ ମଜୁମଦାରଙ୍କୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ ନେଇଥିଲେ। ଏଥିରେ ଯୋଡ଼ି ପୁଣି ଧୁମ୍ ମଚାଇଥିଲେ। ଏହି ସିନେମାରେ ମୁନ୍ନା, ରୀୟା, ସିଦ୍ଧାନ୍ତ, ଶ୍ରୀତମ୍ ଦାସ, ଉଷସୀ ମିଶ୍ର, ପପୁ ପମପମ୍, ଗୁଡ଼ୁ, ଅମର ଓ ସରୋଜ ଦାସ ପ୍ରମୁଖ ଅଭିନୟ କରିଥିଲେ। ଏହାର ସଂଳାପକାର ହେଲେ ରଣଜିତ୍ ପଟ୍ଟନାୟକ।
ଏବେ ଶ୍ରୀତମ୍ ‘ମହାବାହୁ’ ଟାଇଟଲରେ ଏକ ନୂଆ ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଉଛି। ‘ମହାବାହୁ’ରେ ନାୟକ ଭୂମିକାରେ ଆକାଶ ଥିବା ବେଳେ ନାୟିକା ଭୂମିକାରେ ଅଛନ୍ତି ପୁନମ। ଏହାଛଡ଼ା ହାସ୍ୟାଭିନେତା ହରିହର ମହାପାତ୍ର ଓ ଉଷସୀ ମିଶ୍ର ପ୍ରମୁଖ ନଜର ଆସିବେ। ଶରଣାରବିନ୍ଦ ଏହାର ସଂଳାପକାର। ରମେଶ ବାରିକ ‘ମହାବାହୁ’ର ପ୍ରଯୋଜକ।
/sambad/media/post_attachments/wp-content/uploads/2021/05/parada_abhijit-majumdar-1.jpg)
ଅଭିଜିତ ମଜୁମଦାର କିନ୍ତୁ ଏହାର ସଙ୍ଗୀତ ନିର୍ଦ୍ଦେଶକ ନୁହନ୍ତି। ଏଥିରେ ଅଭିଜିତଙ୍କ ବଦଳରେ ଶ୍ରୀତମ୍ ଦାସ ପ୍ରେମ ଆନନ୍ଦଙ୍କୁ ନେଇଛନ୍ତି। ପ୍ରକାରାନ୍ତରେ କହିବାକୁ ଗଲେ ନିର୍ଦ୍ଦେଶକ ଶ୍ରୀତମ୍ ଦାସ ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଯୋଡ଼ି ଭାଙ୍ଗିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/sddefault.jpg)