ଭୁବନେଶ୍ୱର: ଓଲିଉଡର ସ୍ପୋର୍ଟସ୍ ଡ୍ରାମା ‘ଚମ୍ପିଆନ’ରେ ଓଲିଉଡର ଲୋକପ୍ରିୟ ନାୟିକା ଅର୍ଚ୍ଚିତା ଅଛନ୍ତି ଶୀର୍ଷକ ଭୂମିକାରେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଜଣାଶୁଣା ନିର୍ଦ୍ଦେଶକ କେ.ମୁରଲୀ କ୍ରିଷ୍ଣା।‘ଚମ୍ପିଆନ୍’ ରେ ଅର୍ଚ୍ଚିତାଙ୍କ ବିପକ୍ଷରେ କିଏ ନାୟକ ଭୂମିକାରେ ଅଭିନୟ କରିବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଏହା ଏକ ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର ହୋଇଥିବା ହେତୁ କୌଣସି ଟପ୍ ନାୟକ ଅର୍ଚ୍ଚିତାଙ୍କ ବିପକ୍ଷରେ କରିବାର ସମ୍ଭାବନା ନ ଥିଲା। ଏହା ଏବେ ସତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅର୍ଚ୍ଚିତାଙ୍କ ନାୟକ ଭାବେ ଏହି ସିନେମାରେ ଦେଖା ଦେବେ ସାନୁ। ସାନୁ ଓଲିଉଡ ପାଇଁ ନୂଆ ନୁହଁନ୍ତି। ନିର୍ଦ୍ଦେଶକ ସୁଶାନ୍ତ ମଣି ନିଜ ନିର୍ଦ୍ଦେଶିତ ଫିଲ୍ମ ‘ହେଲୋ’ ରେ ବ୍ରେକ୍ ଦେଇଥିଲେ। ଏହି ଫିଲ୍ମରେ ସାନୁଙ୍କ ବିପକ୍ଷରେ ନବାଗତା ସୁଶ୍ରୀଙ୍କୁ ଦେଖିବାକୁ ମିଳିଥିଲା।
ତା’ପରେ ସାନୁ ସୁଶାନ୍ତ ମଣିଙ୍କ ଅନ୍ୟଏକ ସିନେମା ‘ଲଭ ୟୁ ଜେସିକା’ ମଧ୍ୟ ନାୟକ ଭୂମିକାରେ ନଜର ଆସିଥିଲେ। ଏଥିରେ ଛୋଟ ପରଦାର ଜଣାଶୁଣା ନାୟିକା ଜେସି ହିଁ ନାୟିକା ଭୂମିକା ନିଭାଇଥିଲେ। ଏହାଛଡା ସାନୁ କେତୋଟି ମ୍ୟୁଜିକ୍ ଆଲବମ୍ରେ ନଜର ଆସିଛନ୍ତି। ଏଥିମଧ୍ୟରେ ରହିଛି ‘ଆଶାର ଆକାଶ ’ ଓ ‘ଆଓ୍ଵାରା’ ଆଦି। ଏଥିମଧ୍ୟରେ ରହିଛି ‘ଆଶାର ଆକାଶ’ ଓ ‘ଆଓ୍ଵାର’ ଆଦି ଭିଡିଓ ଆଲବମ୍।
‘ଚମ୍ପିଆନ୍’ରେ ଜଣେ ସାଧାରଣ ଗାଆଁର ଯୁବତୀ କିପରି ନିଜର ନିଷ୍ଠା ଓ ପରିଶ୍ରମ ବଳରେ ବକ୍ସିଂ ରେ ଚମ୍ପିଆନ୍ ହେଉଛି ତାହା ଦେଖିବାକୁ ମିଳିବ।