‘ଲାଲ ସିଂ ଚଡ୍ଡା’ ପାଇଁ ଏହି ବ୍ୟକ୍ତିଙ୍କ ଠାରୁ ପଞ୍ଜାବୀ ଶିଖିଥିଲେ ଆମୀର

ନୂଆଦିଲ୍ଲୀ: ଭାଷା ଏବଂ କଥାବାର୍ତ୍ତା ତାଲିମରେ କୁଲବିନ୍ଦର ବଖଶିଶ ଏକ ଜଣାଶୁଣା ନାମ । ସେ ଜଣେ ଅଭିଜ୍ଞ ଥିଏଟର କଳାକାର ମଧ୍ୟ । ଗ୍ୱାଲିଅରର ଏହି ବ୍ୟକ୍ତି ‘ଲାଲ ସିଂ ଚଡ୍ଡା’ ପାଇଁ ଆମୀର ଖାନଙ୍କୁ ପଞକଜାବୀ ଭାଷା ତାଲିମ ଦେଇଥିଲେ। ଆମୀର ଖାନଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ସେ କୁହନ୍ତି ଯେ, ଚାରି ବର୍ଷ ପୂର୍ବେ ମୋର ଜଣେ ଘନିଷ୍ଠ ବନ୍ଧୁ ଅଭିନେତା-ନିର୍ଦ୍ଦେଶକ ଅଂଶୁମାନ ଝା କହିଥିଲେ ଯେ ଆମୀର ଖାନ ଜଣେ ପଞ୍ଜାବୀ କୋଚ ଖୋଜୁଛନ୍ତି। ତେଣୁ ମୁଁ ତାଙ୍କ ଜିମରେ ତାଙ୍କୁ ଭେଟିଥିଲି ଏବଂ ଆମେ ଲାଲ ସିଂ ଚଡ୍ଡା ଚଳଚିତ୍ର ବିଷୟରେ କଥାବାର୍ତ୍ତା କରିଥିଲୁ । ସେତେବେଳକୁ ମୁଁ ଜାଣିଲି ଯେ ଏହି ଚଳଚ୍ଚିତ୍ରଟି ହଲିଉଡ ଫିଲ୍ମ ଫରେଷ୍ଟ ଗୁମ୍ପର ଏକ ରିମେକ ଅଟେ । ମୋତେ କୁହାଯାଇଥିଲା ଯେ ଆମୀର ଖାନ ଫିଲ୍ମରେ ପଂଜାବୀ ଭାଷା କହିବେ ଏବଂ ଏହାକୁ ମୋତେ ଶିଖାଇବାର ଥିଲା ।

ଆପଣ ପ୍ରଥମ ସାକ୍ଷାତରେ ଅମୀର ଖାନ ଙ୍କୁ ଦେଖି ଭୟଭୀତ ଥିଲେ କି ପ୍ରଶ୍ନରେ କୁଲବିନ୍ଦର ବଖଶିଶ କୁହନ୍ତି, ‘ଯଦିଓ ମୁଁ ବହୁତ ନର୍ଭସ ଥିଲି, କିନ୍ତୁ ଆମୀର ଖାନଙ୍କ ଅଙ୍ଗଭଙ୍ଗୀ ସହିତ ସବୁକିଛି ଠିକ୍ ଚାଲିଥିଲା। ଏହା ଆମୀର ଖାନଙ୍କ ପାଇଁ ଏକ ସ୍ୱପ୍ନର ପ୍ରୋଜେକ୍ଟ ଥିଲା ଏବଂ ଏହି ଯାତ୍ରା ଚାରି ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ​​। ଆମେ ସୁଟିଂ ଆରମ୍ଭ କରିବା ପୂର୍ବରୁ ୭-୮ ମାସ ପାଇଁ ରିହର୍ସାଲ କରିଥିଲୁ । ଆରମ୍ଭରେ ସେ ପଞ୍ଜାବୀ ଭାଷା ଶିଖିଥିଲେ କିନ୍ତୁ ଯେତେବେଳେ ସେ କହିବା ଆରମ୍ଭ କଲେ ଯେ ଫିଲ୍ମର ସଂଳାପ ଆକାରରେ, ଆମେ ଅନୁଭବ କଲୁ ଯେ ସେ ଏହାକୁ ବୁଝିନାହାନ୍ତି। ତେବେ ଆମେ ବୁଝିଲୁ ଯେ ଯଦି ଜଣେ ସର୍ଦ୍ଦାର ହିନ୍ଦୀ କହିବାକୁ ଚେଷ୍ଟା କଲେ ତେବେ କିପରି କହିବ? ଏବଂ ଏପରି ବୁଝାଇବା ପ୍ରକୃତରେ କାମ କଲା। ‘

ଯେତେବେଳେ ଛାତ୍ର ଭାବରେ ଆମୀରଙ୍କ ବିଷୟରେ ପଚରାଗଲା, କୁଲୱିନ୍ଦର କୁହନ୍ତି, “ମୁଁ କହିବି ଯେ ସେ ଏକ ଚଳପ୍ରଚଳ ଏନସାଇକ୍ଲୋପିଡ଼ିଆ। ବିଶେଷ କରି ସେ ଚଳଚ୍ଚିତ୍ର, ସେଟ୍, ଧ୍ୱନି, ଚଳଚ୍ଚିତ୍ର ନିର୍ମାଣ ବିଷୟରେ ସବୁକିଛି ଜାଣନ୍ତି । ଯଦିଓ ମୁଁ ତାଙ୍କ ନିକଟକୁ ଭାଷା ଶିକ୍ଷା ଦେବା ପାଇଁ ଯାଇଥିଲି, କିନ୍ତୁ ପ୍ରକ୍ରିୟା ଶେଷରେ ମୁଁ ବହୁତ କିଛି ତାଙ୍କଠାରୁ ଶିଖିଲି । ଆମୀର ଜଣେ ବହୁତ ସରଳ ଲୋକ ଯିଏ ପାଇଜାମା ଓ ଚପଲ ପିନ୍ଧି ବୁଲନ୍ତି । ଏପରି ଲୋକଙ୍କ ସହ କାମକରି ନିଜକୁ ଧନ୍ୟ ମନେ କରୁଛି କହିଛନ୍ତି କୁଲବିନ୍ଦର ବଖଶିଶ ।

ସମ୍ବନ୍ଧିତ ଖବର