ରାଖୀରେ ଭଉଣୀମାନଙ୍କୁ ଅନ୍ୟ ବର୍ଷଠାରୁ ଭିନ୍ନ ଉପହାର ଦେବେ ବରୁଣ ଧଓ୍ଵନ୍‌

ମୁମ୍ବାଇ : ଚଳିତ ବର୍ଷ ରାଖୀ ପୂର୍ଣ୍ଣିମାରେ ବଲିଉଡ୍‌ ଅଭିନେତା ନିଜ ଭଉଣୀମାନଙ୍କୁ କିଛି ଖାସ୍‌ ଉପହାର ଦେବେ ବୋଲି ଜଣାପଡ଼ିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବରୁଣ ଏବେ ନିଜ ଫିଲ୍ମ ‘ସୁଇଧାଗା’କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏହି ଫିଲ୍ମ ସହ ଜଡ଼ିତ କିଛି ଜିନିଷ ସେ ଉପହାରରେ ଦେବେ ବୋଲି ଜଣାପଡ଼ିଛି ।

aajtak.intoday.in

ସୂଚନା ମୁତାବକ, ‘ସୁଇଧାଗା’ରେ ଥିବା ତାଙ୍କ ଚରିତ୍ରକୁ ଜୀବନ୍ତ କରିବା ପାଇଁ ସିଲେଇ କରିବା ଶିଖିଥିଲେ ବରୁଣ । କିଛି ଦିନ ତଳେ ତାଙ୍କ ବାପା ଡ଼େଭିଡ଼୍‍ ଧଓ୍ଵନଙ୍କ ଜନ୍ମଦିନ ଥିବା ବେଳେ ସେ ତାଙ୍କୁ ହାତରେ ସିଲେଇ ହୋଇଥିବା ସାର୍ଟ ଉପହାରରେ ଦେଇଥିଲେ । ଏବେ ସେ ରାଖୀରେ ନିଜ ଭଉଣୀମାନଙ୍କ ହାତ ତିଆରି କିଛି ଜିନିଷ ଦେବାକୁ ଯାଉଥିବା ଜଣାପଡ଼ିଛି । ରାଖୀ ପାଇଁ ବରୁଣ ସ୍ପେଶାଲ ଗିଫ୍ଟ ହାମ୍ପର ପ୍ରସ୍ତୁତ କରିଥିବା ବେଳେ ଏଥିରେ ଥିବା ସବୁ ଜିନିଷ ହାତ ତିଆରି । ଏଥିରେ ଶାଢ଼ି,ଓଢ଼ଣି ଏବଂ ହାତ ତିଆରି ଡ଼ାଏରି ରହିଥିବା ଜଣା ପଡ଼ିଛି । ସବୁ ବର୍ଷ କିଛି ଅଲଗା ଉପହାର ଦେବାକୁ ଇଚ୍ଛା ରଖୁଥିବା ବରୁଣ ଏବେ ନିଜ ଫିଲ୍ମରୁ ଶିଖି ଥିବା ଜିନିଷକୁ ଉପହାର ଆକାରରେ ଦେବେ ବୋଲି ଭାବିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର