ମୁମ୍ବାଇ: ଫିଲ୍ମ 'ଯବାନ'କୁ ହିଟ୍ କରିବା ପାଇଁ ଶାହରୁଖ ଖାନଙ୍କ ସାଥ୍ ଦେବେ ଜଣେ ସାଉଥ ସୁପରଷ୍ଟାର। ବିନା କୌଣସି ପାରିଶ୍ରମିକରେ ଜଣେ ସାଉଥ ସୁପରଷ୍ଟାର ଶାହାରୁଖଙ୍କ ଅଭିନୀତ ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ ବୋଲି ଜଣାପଡ଼ିଛି। ସାଉଥର ଏତେ ବଡ଼ ସୁପରଷ୍ଟାର ହୋଇ ମଧ୍ୟ ସେ କୌଣସି ପାରିଶ୍ରମିକ ନନେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ମିଳିଥିବା ସୂଚନା ମୁତାବକ, ସାଉଥ ସୁପରଷ୍ଟାର ଥଲପତୀ ବିଜୟ ଶାହାରୁଖ ଖାନଙ୍କ 'ଯବାନ'ରେ ନଜର ଆସିବେ। ହଁ, ସାଉଥ ସୁପରଷ୍ଟାର ବିଜୟ ନିର୍ଦ୍ଦେଶକ ଏଟଲିଙ୍କ ଫିଲ୍ମରେ ଏକ ଛୋଟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଖବର ଅନୁଯାୟୀ, ଫିଲ୍ମ 'ଯବାନ'ରେ ବିଜୟ କିଛିି ସମୟ ପାଇଁ ନଜର ଆସିବେ। ସେପ୍ଟେମ୍ବରରେ ଚେନ୍ନାଇରେ ବିଜୟ ଶାହାରୁଖ ଖାନଙ୍କ ସହ ସୁଟିଂ କରିବେ ବୋଲି ଚର୍ଚ୍ଚା ହେଉଛି।
ବିଜୟ ଫିଲ୍ମର ସୁଟିଂ ଗୋଟିଏ ଦିନରେ ଶେଷ କରିବେ। ସବୁଠାରୁ ବଡ଼ କଥା ହେଉଛି ଥଲପତୀ ବିଜୟ ଏହି ଚଳଚ୍ଚିତ୍ର ପାଇଁ କୌଣସି ପାରିଶ୍ରମିକ ନେବେ ନାହିଁ। କାରଣ ସେ କିଙ୍ଗ ଖାନ ଏବଂ ଏଟଲିଙ୍କ ଭଲ ବନ୍ଧୁ ହୋଇଥିବାରୁ ତାଙ୍କର ଛୋଟ ଭୂମିକା ପାଇଁ କୌଣସି ପାରିଶ୍ରମିକ ନନେବାକୁ ନିଷ୍ପତ୍ତି ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-116.jpg)