ନୂଆଦିଲ୍ଲୀ: ଏବେ ସାଉଥ କଳାକାରଙ୍କ ଚାହିଦା ବଢ଼ିଛି। ବଲିଉଡ ଅପେକ୍ଷା ଲୋକେ ସାଉଥ ଫିଲ୍ମ ଦେଖିବାକୁ ବେଶୀ ପସନ୍ଦ କରୁଛନ୍ତି। ଏବେ ସାଉଥ ସିନେମା ବକ୍ସ ଅଫିସରେ ରାଜ୍ କରୁଥିବା ଦେଖାଯାଇଛି। ଫିଲ୍ମର ଚାହିଦା ବଢ଼ିବା ସହ ଏବେ ସାଉଥ୍ କଳାକାରଙ୍କ ପାରିଶ୍ରମିକ ବି ବଢ଼ିଛି। ତେବେ ଆପଣ ଜାଣନ୍ତି କି, ସାଉଥରେ ସବୁଠୁ ଧନୀ ଅଭିନେତା କିଏ? ଏହି ପ୍ରଶ୍ନ ଶୁଣିବା ପରେ ଆପଣଙ୍କ ମନକୁ ଅଭିନେତା ରଜନୀକାନ୍ତ ବା ଏବେକାର ଆଗଧାଡ଼ିର କଳାକାରଙ୍କ ନାମ ଆସିବ। ଯଦି ଆପଣ ଏହା ଭାବୁଛନ୍ତି, ତେବେ ଆପଣ ଭୁଲ। କାରଣ ରଜନୀକାନ୍ତ କି ଏବେକାର ଆଗଧାଡ଼ିର କଳାକାର ନୁହନ୍ତି, ସାଉଥ ଇଣ୍ଡଷ୍ଟ୍ରିର ସବୁଠୁ ଧନୀ କଳାକାର ହେଉଛନ୍ତି ନାଗାର୍ଜୁନ ଅକ୍କିନେନୀ।
ଆଜ୍ଞା ହଁ, ଗତ ତିନି ଦଶନ୍ଧି ଧରି ଦକ୍ଷିଣ ଚଳଚ୍ଚିତ୍ର ଶିଳ୍ପରେ ନାଗାର୍ଜୁନ କାମ କରି ଆସୁଛନ୍ତି। ଖବର ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୩୧୦୦କୋଟିରୁ ଅଧିକ। ଏହା ସହ ତାଙ୍କର ମାସିକ ଆୟ ପ୍ରାୟ ୪୦କୋଟି ଟଙ୍କା। ଫିଲ୍ମ ବ୍ୟତୀତ ସେ ଲାନକୋମ୍ ଫେସ୍ ୱାଶ୍, ମେନେ ଆଣ୍ଡ ମୋଏ, ଗୁଚି ରଷ, କମ୍ଫି ମେଟ୍ ଭଳି ଉଲ୍ଲେଖନୀୟ ବ୍ରାଣ୍ଡର ଆମ୍ବାସାଡାର ଭାବେ ଟଙ୍କା ଆୟ କରନ୍ତି । ତାଙ୍କର ବିଏମଡବ୍ଲୁ, ଅଡି ଏ୭ ଏବଂ ପୋର୍ସ ସମେତ ବିଭିନ୍ନ ବିଳାସପୂର୍ଣ୍ଣ କାରଗୁଡିକ ରହିଛି, ଯାହାର ମୂଲ୍ୟ ମୋଟ ୯୫କୋଟି ଟଙ୍କା ହେବ। ହାଇଦ୍ରାବାଦରେ ଥିବା ତାଙ୍କ ବାସଭବନର ମୂଲ୍ୟ ୪୫କୋଟି ଟଙ୍କା ହୋଇଥିବା ବେଳେ ସେ ତିନିରୁ ଚାରିଟି ଅତିରିକ୍ତ ସମ୍ପତ୍ତିର ମାଲିକ ଅଟନ୍ତି।