ନୂଆଦିଲ୍ଲୀ: ପୂର୍ବରୁ ଆମେ ଅନେକ ବଲିଉଡ୍‌ ସେଲିବ୍ରେଟିଙ୍କର ପିଲାଦିନର ଫଟୋ ଦେଖି‌ଛେ। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଚେହେରା ବଡ଼ ହେବା ପରେ ବି ବିଶେଷ ପରିବର୍ତ୍ତନ ହୋଇନଥାଏ। ଆଉ କିଛି ଜଣଙ୍କ ଚେହେରା ଆଦୌ ଚିହ୍ନି ହୁଏ ନାହିଁ। ନିକଟରେ କିଛି ମାସ ହେବ ସୋସିଆଲ୍‌ ମିଡିଆରେ ବହୁ ସେଲିବ୍ରେଟିଙ୍କ ଫଟୋ ଭାଇରାଲ୍‌ ହେଉଛି। ଆମେ ଆଜି ଜଣେ ସେଲିବ୍ରେଟିଙ୍କର ପିଲାଦିନ ଫଟୋ ଦେଖାଇବୁ ଯିଏକି ବଡ଼ ହୋଇ ବଲିଉଡ୍‌ର ସୁପର୍‌ଷ୍ଟାର୍‌ ସଲ୍‌ମାନ ଖାନ୍‌, ଆମୀର ଖାନ୍‌ ଓ ଅକ୍ଷୟ କୁମାରଙ୍କ ସହ ଫିଲ୍ମରେ କାମ କରି ସାରିଛନ୍ତି।

Advertisment

ଚିହ୍ନିପାରିଲେ କି? ଇଏ ହେଉଛନ୍ତି ଦକ୍ଷିଣୀ ଅଭିନେତ୍ରୀ ଆସିନ୍‌। ଆସିନଙ୍କ ଜନ୍ମ ୧୯୮୫ ମସିହା ଅକ୍ଟୋବର ୨୬ ତାରିଖ କେରଳ‌ରେ ହୋଇଥିଲା। ଆସିନ୍‌ ଉଭୟ ଦକ୍ଷିଣ ଓ ହିନ୍ଦୀ ଚଳଚ୍ଚିତ୍ରର ଜଣେ ବହୁ ପରିଚିତ ମୁହଁ। ସେ ୨୦୧୬ ମସିହାରେ ମାଇକ୍ରୋମାକ୍ସର ସହ-ସଂସ୍ଥାପକ ରାହୁଲ ଶର୍ମାଙ୍କ ସହ ବିବାହ କରିବା ପରେ ସିନେମାରୁ ବିରତି ନେଇଛନ୍ତି। ତାଙ୍କର ୪ ବର୍ଷର ଏକ ଝିଅ ବି ଅଛି।

ଫଟୋରେ ଆପଣ ଦେଖି ପାରୁଥିବେ ଯେ ଆସିନ ଏକ ଧଳା ରଂଗର ଫ୍ରକ୍‌ ପିନ୍ଧି ନାଲି ରଂଗର ଏକ କିଡ୍‌ ସାଇକେଲ୍‌ ଉପରେ ବସିଛନ୍ତି। ସାଇକେଲ୍‌ରେ ବସିଥିବା ଏହି କୌତୂକିଆ କୁନି ଝିଅ ମୁହଁରେ ଖୁବ୍‌ ସୁନ୍ଦର ହସ ଥିବା ବି ଆପଣ ଦେଖି ପାରୁଥି‌ବେ। ଏହି ଫଟୋରେ ଅଭିନେତ୍ରୀ ଆସିନ ବର୍ଷେରୁ ୨ ବର୍ଷ ବୟସ ମଧ୍ୟରେ ହୋଇଥିବେ ବୋଲି ଅନୁମାନ କରାଯାଉଛି।