ସାହିଦ୍‌ କପୁରଙ୍କୁ ବିବାହ କରିବା ପାଇଁ ଏହି ସର୍ତ୍ତ ରଖିଥିଲେ ମୀରା ରାଜ୍‌ପୁତ୍‌

ମୁମ୍ବାଇ : ଜୁଲାଇ ୭,୨୦୧୫ରେ ବିବାହ କରିଥିଲେ ବଲିଉଡ୍‍ର ରାଓ୍ଵଲ ରତନ ସିଂ ଓରଫ୍‌ ସାହିଦ୍‌ କପୁର । ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଥିବା ବେଳେ ଶେଷରେ ସେ ଜଣେ ସାଧାରଣ ଯୁବତୀ ମୀରା ରାଜ୍‌ପୁତ୍‌ଙ୍କୁ ବିବାହ କରିଥିଲେ । ସାହିଦ୍‌ଙ୍କର ଏହା ପ୍ରସ୍ତାବିତ ବିବାହ ହୋଇଥିବା ବେଳେ ବିବାହ ପରେ ଦୁଇ ଜଣଙ୍କ ମଧ୍ୟରେ କେତେ ଭଲ ପାଇବା ରହିଛି ତାହା ସବୁବେଳେ ପ୍ରମାଣ କରି ଆସିଛନ୍ତି ଏହି ଯୋଡ଼ି । ବିବାହ ପରେ ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି ମୀରା ରାଜ୍‌ପୁତ୍‌ । ନିଜର ଦ୍ୱିତୀୟ ସନ୍ତାନ ପରେ ମୀରା ଫିଲ୍ମ କରିବା ଆରମ୍ଭ କରିବେ ବୋଲି କହି ସାରିଥିବା ବେଳେ ଏବେ ତାଙ୍କ ବିବାହକୁ ନେଇ ଗୋଟିଏ କଥା ଚର୍ଚ୍ଚାର ବିଷୟ ପାଲଟିଛି । ସାହିଦ୍‌ଙ୍କୁ ବିବାହ କରିବା ପାଇଁ ମୀରା ଯେଉଁ ସର୍ତ୍ତ ରଖିଥିଲେ,ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

Rediff.com

ସୂଚନା ମୁତାବକ,ମୀରାଙ୍କ ସହ ବିବାହ ଠିକ୍‌ ହେବା ସମୟରେ ସାହିଦ୍‌ ଫିଲ୍ମ ‘ଉଡ଼୍‍ତା ପଞ୍ଜାବ’ର ସୁଟିଂରେ ବ୍ୟସ୍ତ ଥିଲେ । ଫିଲ୍ମରେ ତାଙ୍କ ଚରିତ୍ର ଏବଂ ତାଙ୍କ ଲୁକ୍‌ କିପରି ଥିଲା ତାହା ଆପଣଙ୍କୁ ଭଲ ଭାବରେ ଜଣାଥିବ । ସାହିଦ୍‌ଙ୍କୁ ସେ ଅବସ୍ଥାରେ ଦେଖି ମୀରା ଏକ ସର୍ତ୍ତ ରଖିଥିଲେ । ସେ କହିଥିଲେ, ଯେତେବେଳେ ଆମେ ବିବାହ କରିବା ସେ ସମୟରେ ତୁମେ ନିଜର ନିଜ କେଶରେ ହେୟାର କଲର ବ୍ୟବହାର କରିବ ନାହିଁ । ବିବାହ ସମୟରେ କୌଣସି ପ୍ରକାରର ହେୟାର କଲର ବ୍ୟବହାର ନ କରି କେଶର ଅସଲ ରଙ୍ଗ ଯାହା ତାହା ରଖିବା ପାଇଁ ମୀରା ସାହିଦ୍‌ଙ୍କୁ ଜଣାଇଥିଲେ । ସାହିଦ୍‌ ମଧ୍ୟ ମୀରାଙ୍କ କଥା ମାନି ନିଜ କେଶରେ କୌଣସି ପ୍ରକାରର ହେୟାର କଲର ବ୍ୟବହାର କରି ନଥିଲେ ।

ସମ୍ବନ୍ଧିତ ଖବର