ଏ ବର୍ଷ ଏହି ଓଡ଼ିଆ ସିନେମାରେ ତିନିଟି ୟଙ୍ଗ୍‌ ଯୋଡିଙ୍କୁ ଦେଖିବାକୁ ମିଳିଥିଲା

ଭୁବନେଶ୍ୱର: ୨୦୧୮ରେ ଏମିତି କେତୋଟି ଓଡ଼ିଆ ଛବି ରିଲିଜ୍‌ ହୋଇଛି ଯେଉଁଥିରେ ଦୁଇ ଦୁଇଟି ପ୍ରେମୀଯୁଗଳଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। ହେଲେ ଜାଣନ୍ତିକି ଏମିତି ବି ଏ ବର୍ଷ ଏକ ଓଡ଼ିଆ ସିନେମା ରିଲିଜ୍‌ ହୋଇଥିଲା, ଯେଉଁଥିରେ ତିନିଟି ୟଙ୍ଗ୍‌ ଯୋଡିଙ୍କୁ ଦେଖିବାକୁ ମିଳିଥିଲା ।

ଏହି ସିନେମା ହେଲା ସନ୍‌ ମ୍ୟୁଜିକ୍‌ ନିବେଦିତ ‘ମିଠାମିଠା’ ।ଏହି ସିନେମା ମଇ୧୨ ତାରିଖରେ ପରଦାକୁ ଆସିଥିଲା ।ଏହାର କଥାବସ୍ତୁ ତିନି ପ୍ରେମୀ ଯୁଗଳଙ୍କ ପ୍ରେମ କାହାଣୀ ଉପରେ ଆଧାରିତ । ଏଥିରେ ପ୍ରେମୀ ଯୁଗଳ ବନିଥିଲେ ସମ୍ଭବ-ପ୍ରକୃତି,ଜ୍ୟୋତି-ଅଙ୍କିତା, ରାଜେଶ-ଶ୍ରଦ୍ଧା । ଏତଦବ୍ୟତୀତ ହରି,ହର ରଥ,ପୃଥ୍ଵୀରାଜ ,ସ୍ମିତା ମହାନ୍ତି ଏବଂ ଶ୍ରୀକାନ୍ତ ଗୌତମ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏମାନଙ୍କ ଭିତରୁ ଜ୍ୟୋତି-ଅଙ୍କିତା ଏବଂ ରାଜେଶ-ଶ୍ରଦ୍ଧା ଯୋଡିକୁ ବ୍ରେକ୍‌ ଦେଇଥିଲେ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ ।

‘ମିଠାମିଠା’ର ଗୀତ କାହାଣୀ ,ସଂଳାପ ,ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ଅଲରାଉଣ୍ଡର୍‌ ଶ୍ରୀକାନ୍ତ ଗୌତମ। ମଳୟ ମିଶ୍ର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି ସଫଟ୍‌ ରୋମାଣ୍ଟିକ୍‌ ଛବିକୁ ଦର୍ଶକ ଅବଶ୍ୟ ସାଧାରଣଭାବେ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର