ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କ୍ୟାଫେରେ ଗତ ଚାରି ମାସ ମଧ୍ୟରେ ତୃତୀୟ ଥର ପାଇଁ ଆକ୍ରମଣ ହୋଇଛି। ଜଣେ ସେଲିବ୍ରିଟିଙ୍କ କ୍ୟା‌ଫେରେ ଯଦି ଦାଦାବଟି ଆଦାୟକୁ ନେଇ ଏଭଳି ଘଟୁଛି; ତାହା ସାଧାରଣ ଲୋକଙ୍କ ପାଇଁ ଏକ ଚିନ୍ତାର ପ୍ରସଂଗ ପାଲଟିଛି। ଭିଡିଓରେ କଏଦ ହୋଇଥିବା ଏବଂ ଅନଲାଇନରେ ବ୍ୟାପକ ଭାବରେ ପ୍ରସାରିତ ହୋଇଥିବା ଏହି ଦୃଶ୍ୟଟି କାହାକୁ ବି ବିଚଳିତ କରିବ। ସୌଭାଗ୍ୟବଶତଃ, ଏହି ଆକ୍ରମଣରେ କେହି ଆହତ ହୋଇନାହାନ୍ତି।

Advertisment

ଗୁରୁବାର ସକାଳେ ବ୍ରିଟିଶ କଲମ୍ବିଆର ସରେରେ ହୋଇଥିବା ସଦ୍ୟତମ ଆକ୍ରମଣ ପଛରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସହଯୋଗୀମାନେ ଥିବା ସୂଚନା ରହିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କାଫେର ମୁଖଭାଗକୁ ଗୁଳିରେ କଣା କରିଦିଆଯାଇଛି।

ଏହି ଆକ୍ରମଣ ପଛରେ ଲରେନ୍ସ ଗ୍ୟାଙ୍ଗର ସଂପୃକ୍ତି ନେଇ ସୋସିଆଲ ମିଡିଆରେ ଗୋଲ୍‌ଡି ଢିଲୋଂ ଏବଂ କୁଲବୀର (କୁଲଦୀପ) ସିଦ୍ଧୁ ଦାବି କରିଛନ୍ତି। ଆମେ ଜାଣନ୍ତି ଯେ ବିଷ୍ନୋଇ ଗ୍ୟାଙ୍ଗ୍‌କୁ କାନାଡୀୟ କର୍ତ୍ତୃପକ୍ଷ ସମ୍ପ୍ରତି ଏକ ଆତଙ୍କବାଦୀ ସଂଗଠନ ଭାବରେ ନିର୍ଣ୍ଣୟ କରିଛନ୍ତି।

ଆହୁରି ପଢ଼ନ୍ତୁ: କାନାଡାରେ କପିଲ ଶର୍ମାଙ୍କ କ୍ୟାଫେ ଉପରେ ଗୁଳିମାଡ଼

ପୂର୍ବରୁ ଆକ୍ରମଣର ଶିକାର ହୋଇଥିବା ବେଳେ କଡ଼ା ସୁରକ୍ଷା ସହିତ କାଫେ ପୁନର୍ବାର ଖୋଲିବାର ମାତ୍ର ଦୁଇ ସପ୍ତାହ ପରେ ପୁଣି ଏକ ସଦ୍ୟତମ ଆକ୍ରଣମ ଚିନ୍ତାର କାରଣ ପାଲଟିଛି।  ଗୁରୁବାର ଦିନ ହୋଇଥିବା ଗୁଳିକାଣ୍ଡ ଗତ କିଛି ମାସ ମଧ୍ୟରେ କକପ୍‌ସ କାଫେକୁ ଟାର୍ଗେଟ କରିବାରେ ତୃତୀୟ ଘଟଣା। ପ୍ରଥମ ଆକ୍ରମଣ ଜୁଲାଇ ୧୦, ୨୦୨୫ ରେ ହୋଇଥିଲା, କାଫେର ମହାନ ଉଦଘାଟନର କିଛି ଦିନ ପରେ। ଯେତେବେଳେ ଗୁଳି ଚାଳନା ଏହାର ଝରକା ଭାଙ୍ଗି ଦେଇଥିଲା। ଏହା ପରେ ଅଗଷ୍ଟ ୭, ୨୦୨୫ ରେ ଦ୍ୱିତୀୟ ଗୁଳିକାଣ୍ଡ ଘଟିଥିଲା, ଯାହା କାଫେକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ବାଧ୍ୟ କରିଥିଲା। ସର୍ବଶେଷ ଆକ୍ରମଣ ଅକ୍ଟୋବର ୨୦୨୫ ରେ ଘଟିଛି, ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା ସହିତ କାଫେ ପୁଣି ଖୋଲିବାର ମାତ୍ର ଦୁଇ ସପ୍ତାହ ପରେ।

ଆହୁରି ପଢ଼ନ୍ତୁ: ଖଲିସ୍ତାନୀ ଆତଙ୍କବାଦୀଙ୍କ ଗୁଳିକାଣ୍ଡ ପରେ କପିଲ ଶର୍ମାଙ୍କ କାଫେ ପକ୍ଷରୁ ସାମ୍ନାକୁ ଆସିଲା ପ୍ରଥମ ପ୍ରତିକ୍ରିୟା

କାହିଁକି କପିଲ ଶର୍ମାଙ୍କ କାଫେ ଉପରେ ବାରମ୍ବାର ଆକ୍ରମଣ!

ସାମ୍ପ୍ରତିକ ଆକ୍ରମଣ ପରେ ଗୋଲ୍ଡି ଢିଲୋଂଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଦାବି କରିଥିଲେ  ଯେ ହାସ୍ୟାଭିନେତା "ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି"।

"ମୁଁ ଗୋଲ୍ଡି ଢିଲୋଂ, (କ୍ୟାପ୍ସ କାଫେରେ) ଘଟିଥିବା ତିନୋଟି ଗୁଳିକାଣ୍ଡ ପାଇଁ ଦାୟୀ। ଆମର ସାଧାରଣ ଲୋକଙ୍କ ସହିତ କୌଣସି ଶତ୍ରୁତା ନାହିଁ," ପୋଷ୍ଟରେ ଲେଖାଯାଇଥିଲା।