କାହିଁକି ଚର୍ଚ୍ଚାରେ ରହିଛି ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ୍‌’!

ବଲିଉଡ଼୍‍ର ସବୁଠୁଁ ବିଗ୍‌ ବଜେଟ୍‌ ସିନେମା କୁହାଯାଉଥିବା‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ୍‌’ର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।ବିଶେଷ କରି ଏଥିରେ ପ୍ରଥମ ଥର ପାଇଁ ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ମିଷ୍ଟର ପରଫେକ୍‌ସନିଷ୍ଟ୍‍ ଅମୀର ଖାନ୍‌ ଏକାଠି କାମ କରୁଥିବା ହେତୁ ଦର୍ଶକଙ୍କର ଉତ୍କଣ୍ଠା ଲାଗି ରହିଛି। ଏହାର ବଜେଟ୍‌ କୁଆଡେ ଆହୁରି ୧୦ କୋଟି ବଢ଼ିଯାଇଛି।

ଆଉ ଏକ କଥା ହେଲା ଯେ ଏହି ସିନେମାର ଲାଭାଂଶର ୭୦ ପ୍ରତିଶତ ଅର୍ଥ ନିଜର ଫିସ୍‌ ବାବଦରେ ବୋକୁ ସର୍ତ୍ତ ରଖିଥିଲେ ଅମୀର୍‌ ଖାନ୍‌। ଅନ୍ୟ କେହି ହିରୋ ହୋଇଥିଲେ ହୁଏତ ପ୍ରଯୋଜକ ଆଦିତ୍ୟ ଚୋପ୍ରା ରାଜି ହୋଇ ନଥାନ୍ତେ, କିନ୍ତୁ ଅମୀରଙ୍କ କଥାରେ ରାଜି ହେଲେ।

PHOTO–INDIATODAY

ତେଣେ ଅନ୍ୟ ଏକ କାରଣରୁ ବି ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ୍‌’ବେଶ୍‌ ଚର୍ଚ୍ଚାରେ ରହିଥିବା କୁହାଯାଉଛି। ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ତଥା ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଏହି ପିରିଅଡ଼ିକ ଡ୍ରାମାରେ ଦୁଇ ଜଣ ନାୟିକା ଅଛନ୍ତି।ଏ ଦୁହିଁଙ୍କ ଭିତରୁ ଜଣେ ହେଲେ କାଟ୍ରିନା କୈଫ୍‌ ଓ ଆର ଜଣଙ୍କ ହେଲେ ଫାତିମା ସନା ଶେଖ୍‌। କୁହାଯାଉଛି ଯେ, ଏହି ଫିଲ୍ମରେ କାଟ୍ରିନାଙ୍କ ତୁଳନାରେ ଫାତିମାଙ୍କ ଭୂମିକାଟି ଅଧିକ ଦମ୍‌ଦାର ଓ ବଡ଼।ଏ କଥାକୁ ନିଜେ ଅମୀର ଖାନ୍‌ ମଧ୍ୟ ସ୍ୱୀକାର କରିଛନ୍ତି। ଅମୀର କହିଛନ୍ତି ଯେ ଫତିମା ହେଉଛନ୍ତି ସିନେମାର କାହାଣୀର ମୂଳ ଆଧାର। କାହାଣୀ ତାଙ୍କ ଚାରିପଟେ ଗତିଶୀଳ ହେଉଛି। ଫତିମାଙ୍କ ଅଭିନୀତ ଚରିତ୍ରର ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି ଅମୀର।ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି କାଟ୍ରିନା କୈଫ୍‌ । ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ୍‌’ରେ କାଟ୍ରିନାଙ୍କୁ ଜଣେ ରାଜକୁମାରୀ ଓ ଯୋଦ୍ଧାର ଭୂମିକା ମିଳିଛି। ହେଲେ ଯେବେଠୁଁ ସେ ଶୁଣିବାକୁ ପାଇଲେଣି ଯେ ଏଥିରେ ତାଙ୍କର ଭୂମିକା ଫାତିମାଙ୍କ ଚରିତ୍ରଠୁଁ ଛୋଟ,ସେବେଠୁଁ କାଟ୍ରିନାଙ୍କ ମୁଣ୍ଡ ଖରାପ ହୋଇଯାଇଛି। ହେଲେ ସେ କିଛି କହି ପାରୁ ନାହାନ୍ତି।

 

ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ,ଫାତିମା ଅମୀର ଖାନ୍‌ଙ୍କ ନିକଟତର ହୋଇଥିବା ହେତୁ ସେ ଜାଣିଶୁଣି ଏଭଳି କହିଛନ୍ତି। ପୂର୍ବରୁ ସୁପରଷ୍ଟାର୍‌ ରିତିକ୍‌ ରୋଶନ୍‌ ବି ନାୟିକାଙ୍କ ଭୂମିକାରେ କିଛିଟା ପରିବର୍ତ୍ତନ ଆଣିବାକୁ କହିଥିଲେ,କିନ୍ତୁ ସେଥି ପ୍ରତି ନିର୍ଦ୍ଦେଶକ ଦୃଷ୍ଟି ନ ଦେବାରୁ ରିତିକ୍‌  ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ୍‌’ଛାଡ଼ିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଏହି ସିନେମାରେ ପ୍ରଥମେ କୌଣସି ନାମୀ ନାୟିକା କାମ କରିବାକୁ ପ୍ରସ୍ତୁତ ହେଉନଥିଲେ।

ସମ୍ବନ୍ଧିତ ଖବର