ମା’ଙ୍କ ଉପଦେଶ ମାନି ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ରେ ନିଜ ଲୁକ୍‌ରେ ଏହି ପରିବର୍ତ୍ତନ ଆଣିଥିଲେ ଆମୀର,ଜାଣନ୍ତୁ କ’ଣ ଥିଲା ସେହି ଉପଦେଶ

ମୁମ୍ବାଇ : କିଛି ମାସ ପୂର୍ବରୁ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ କିଛି ଦିନ ତଳେ ଏହାର ଟ୍ରେଲର ରିଲିଜ କରାଯାଇଥିଲା । ଯେଉଁ ଥିରେ ସବୁ କଳାକାର ସେହି ଫିଲ୍ମରେ କରିଥିବା କାମର କିଛି କିଛି ଝଲକ ଦେଖିବାକୁ ମିଳିଥିଲା । ଟ୍ରେଲରରେ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ୭୫ବର୍ଷ ବୟସରେ କରିଥିବା ଆକ୍ସନ ଦୃଶ୍ୟକୁ ଦେଖି ଦର୍ଶକଙ୍କ ଲୋମ ଟାଙ୍କୁରି ଉଠିଥିବା ବେଳେ ଆମୀରଙ୍କ ଲୁକ୍‌ ମଧ୍ୟ ସମସ୍ତଙ୍କୁ ପସନ୍ଦ ଆସିଛି ।

ଏଥିରେ ଆମୀର ନିଜର ଅନ୍ୟ ଫିଲ୍ମ ଅପେକ୍ଷା ଏକ ଭିନ୍ନ ଲୁକ୍‌ରେ ନଜର ଆସିଥିବା ବେଳେ ଆଖିରେ ସୁରମା ଲଗାଇଥିବାର ଦେଖା ଯାଇଥିଲା । ଏହା ତାଙ୍କ ଲୁକ୍‌କୁ ପୂରା ନୂଆ ଧରଣର କରିଛି। ସମସ୍ତେ ତାଙ୍କ ଏହି ଲୁକ୍‌କୁ ପସନ୍ଦ କରୁଥିବା ଦେଖା ଯାଇଛି । ତେବେ ତାଙ୍କୁ ଆଖିରେ ସୁରମା ଲଗାଇବା ପାଇଁ ତାଙ୍କ ମା’ ଜୀନତ ହୁସେନ ତାଙ୍କୁ ଉପଦେଶ ଦେଇଥିବା କହିଛନ୍ତି ଆମୀର ।

Times Now

ସୂଚନା ମୁତାବକ,କୌଣସି ଫିଲ୍ମ କରିବା ପୂର୍ବରୁ ସେ ତାଙ୍କ ମା’ଙ୍କୁ ପରାମର୍ଶ ମାଗୁଥିବା ବେଳେ ଏହି ଫିଲ୍ମକୁ ନେଇ ମଧ୍ୟ ଆମୀର ନିଜ ମା’ଙ୍କୁ ପଚାରିଥିଲେ । ଠଗ୍‌ସରେ ନିଜ ଲୁକ୍‌କୁ ନେଇ ଅମୀର ଦ୍ୱନ୍ଦ୍ୱରେ ଥିବା ବେଳେ ତାଙ୍କ ମା’ ତାଙ୍କୁ ସାହାଯ୍ୟ କରିଥିଲେ । ନିଜ ଲୁକ୍‌କୁ ସଂପୂର୍ଣ୍ଣ କରିବା ପାଇଁ ତାଙ୍କ ମା’ ତାଙ୍କୁ ଆଖିରେ ସୁରମା ଲଗାଇବା ପାଇଁ ଉପଦେଶ ଦେଇଥିଲେ ବୋଲି ଆମୀର କହିବା ସହ ଏହା ଦର୍ଶକଙ୍କୁ ପସନ୍ଦ ଆସିଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି ।

ସମ୍ବନ୍ଧିତ ଖବର