୧୮ରେ ଖୋଲିବ ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ର ରହସ୍ୟ, ଏହାକୁ ନେଇ ସଟ୍ଟା ବଜାର ସରଗରମ୍‌

ମୁମ୍ବାଇ: ୟଶରାଜ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ନୂଆ ସିନେମାର‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ର ଫାର୍ଷ୍ଟ ଲୁକ୍‌ କେବେ ସାମ୍ନାକୁ ଆସିବ ତାହାକୁ ନେଇ ସିନେ ପ୍ରେମୀଙ୍କ ମହଲରେ ଉତ୍କଣ୍ଠା ରହିଛି। ଏବେ ଏହାର ଅବସାନ ଘଟିଛି। କାରଣ ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ର ଫାର୍ଷ୍ଟ ଲୁକ ଏଇ ୧୮ ତାରିଖରେ ରିଲିଜ୍‌ ହେବ ବୋଲି ଜଣାଯାଇଛି। ତେବେ ଏହାର ପ୍ରଥମ ପୋଷ୍ଟରରେ କଏ ସ୍ଥାନ ପାଇବେ ତାକୁ ନେଇ ସଟ୍ଟା ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ଏଥିରେ କେତେକ ଅମିତାଭ ବଚ୍ଚନ ନଜର ଆସିବେ ବୋଲି ସଟ୍ଟା ଖେଳଥିବା ବେଳେ ଆଉ କେତେକ ଅମୀର୍‌ ଖାନଙ୍କୁ ନେଇ ଏପରି କରୁଛନ୍ତି। ଏଣେ ନିର୍ଦ୍ଦେଶକ ବିଜୟକୃଷ୍ଣ ଆଚାର୍ଯ୍ୟ ଏବଂ ଅମୀର୍‌ ଖାନ୍‌ ସିନେମାର ଫାର୍ଷ୍ଟ ଲୁକ୍‌ର ପ୍ରସ୍ତୁତିଲାଗି ଦିନରାତି ଏକ କରି ଦେଇଛନ୍ତି।


ଏହି ସିନେମାରେ ପ୍ରଥମ ଥରଲାଗି ଅମୀର୍‌ ଖାନ୍‌ ଏବଂ ଅମିତାଭ ବଚ୍ଚନ ଏକାଠି ଆସୁଛନ୍ତି । ଏତଦବ୍ୟତୀତ କାଟ୍ରିନା କୈଫ୍‌ ଏବଂ ଫାତିମା ସନା ଶେଖ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ୨୦୧୮ ଦିଓ୍ଵାଲୀରେ ରିଲିଜ୍‌ ହେବ ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ । ଆଦିତ୍ୟ ଚୋପ୍ରା ଏହାର ପ୍ରଯୋଜକ ଏବଂ ବିଜୟକୃଷ୍ଣ ଆଚାର୍ଯ୍ୟ ନିର୍ଦ୍ଦେଶକ।ଏହି ସିନେମାରେ ନିଜର ଚରିତ୍ରକୁ ନେଇ ଅମୀର୍‌ ଖାନ୍‌ ଅଧିକ ଉତ୍ସାହିତ ଥିବା ବେଳେ କାଟ୍ରିନା କୈଫ୍‌ ଦ୍ୱିତୀୟ ଥର ଲାଗି ତାଙ୍କ ସହ ଯୋଡି ବନାଉଥିବାରୁ ବି ଖୁସି ଅଛନ୍ତି। ଏହା କୌଣସି ପୁସ୍ତକ ଉପରେ ଆଧାରିତ ନୁହେଁ ବୋଲି କୁହାଗଲାଣି।

ସମ୍ବନ୍ଧିତ ଖବର