ମୁମ୍ବାଇ: ଏ ବର୍ଷର ଏକ ବହୁପ୍ରତୀକ୍ଷିତ ସିନେମା ‘ଠଗସ୍ ଅଫ୍ ହିନ୍ଦୋସ୍ତାନ୍’ ରିଲିଜ୍ ହେବାପରେ ଏହାକୁ ନେଇ ବିଭିନ୍ନ ପ୍ରକାରର ରିଭ୍ୟୁ ଆସିଛି। ଏହି ସିନେମା ଅଧିକାଂଶ ଦର୍ଶକଙ୍କୁ ନିରାଶ କରିବ ବୋଲି ସିନେମା ଟ୍ରେଡ ଆନାଲିଷ୍ଟ୍ ତରଣ ଆଦର୍ଶ ନିଜର ଟ୍ୟୁଟରରେ ଲେଖିଛନ୍ତି। ଏହି ସିନେମା ଏକ ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ତାଙ୍କ ଅନୁଯାୟୀ ‘ଠଗସ୍ ଅଫ୍ ହିନ୍ଦୋସ୍ତାନ୍’ ଛୁଟିପରେ ଆଉ ଭଲ ବ୍ୟବସାୟ କରିପାରିବ କି ନା ତାହା ସନ୍ଦେହଜନକ। ଏହି ସିନେମାର ଭିଜୁଆଲ୍ ଭଲ ଅଛି , କିନ୍ତୁ କାହାଣୀରେ ଦମ୍ ନାହିିଁ ବୋଲି ବି ପ୍ରତିକ୍ରିୟା ମିଳିଛି। ଠିକ୍ ସେହିପରି ଏହି ସିନେମାରେପ୍ରଥମ ଥରଲାଗି ଅମୀର୍ ଖାନ୍ ଏବଂ ଅମିତାଭ ବଚ୍ଚନଙ୍କୁ ଏକାଠି ଦେଖି ଦର୍ଶକ ଯେଉଁପରି ଉଲ୍ଲସିତ ଥିଲେ ତାହା କିନ୍ତୁ ମିଳାଇ ଯାଇଛି। ଏଥିରେ ଅମୀର ଏବଂ ଅମିତାଭ ବ୍ୟକ୍ତିଗତଭାବେ ଭଲ ଅଭିନୟ କରିଛନ୍ତି । ମାତ୍ର କାଟ୍ରିନା କୈଫ୍ ଏବଂ ଫାତିମା ଶେଖ୍ଙ୍କ ପାଇଁ ବିଶେଷ କିଛି ନାହିଁ।
ଫିଲ୍ମର ସବୁଠାରୁ ବଡ଼ ଦୁର୍ବଳତା ହେଲା ଏହାର ସଙ୍ଗୀତ। ସଙ୍ଗୀତକାର ଯୋଡି ଅଜୟ-ଅତୁଲ ଏଥିରେ ସେଭଳି ସଙ୍ଗୀତ ସୃଷ୍ଟି କରିପାରି ନାହାନ୍ତି। ଆଦିତ୍ୟ ଚୋପ୍ରା ଏହାର ପ୍ରଯୋଜକ ଏବଂ ବିଜୟକୃଷ୍ଣ ଆଚାର୍ଯ୍ୟ ନିର୍ଦ୍ଦେଶକ।ଦିଓ୍ଵାଲିର ସବୁଠାରୁ ବଡ଼ ସିନେମା ‘କ୍ରିଶ୍ –୩’ର ବକ୍ସ ଅଫିସ୍ କଲେକସନକୁ‘ଠଗସ୍ ଅଫ୍ ହିନ୍ଦୋସ୍ତାନ୍ ଟପିପାରିବ କି ନା ତାହାକୁ ନେଇ ସନ୍ଦେହ କରାଯାଉଛି।