ଦୀପାବଳିରେ ଏହି ସବୁ ବଡ଼ ବଡ଼ ଷ୍ଟାର ଚାଖିଥିଲେ ଅସଫଳତାର ସ୍ୱାଦ

ସାଧାରଣ ଲୋକଙ୍କ ସହ ବଲିଉଡ୍‌ ଷ୍ଟାରମାନେ ମଧ୍ୟ ଖୁବ୍‌ ଧୁମ୍‌ଧାମ୍‌ରେ ଦୀପାପଳି ପାଳନ କରିଥାନ୍ତି । କିନ୍ତୁ ଏହି ଦିନ ତାଙ୍କର କୌଣସି ବଡ଼ ବଜେଟର ଫିଲ୍ମ ରିଲିଜ୍‌ ହେବାକୁ ଥିଲେ, ଦିନଟି ସେମାନଙ୍କ ପାଇଁ ଅଧିକ ଖାସ୍‌ ହୋଇ ଯାଇଥାଏ । କିନ୍ତୁ ବଲିଉଡ୍‌ରେ ଏଭଳି ଅନେକ ଷ୍ଟାର ଅଛନ୍ତି, ଯେଉଁମାନଙ୍କ ଖୁସି ଦୀପାବଳିରେ ମଉଳି ଯାଇଥିଲା । ଏହି ଦିନ ନିଜର ବଡ଼ ବଜେଟର ଫିଲ୍ମ ରିଲିଜ୍‌ କରି ମଧ୍ୟ ସେମାନଙ୍କୁ ଅସଫଳତାର ସ୍ୱାଦ ଚାଖିବାକୁ ପଡ଼ିଥିଲା । ଆସନ୍ତୁ ସେଭଳି କିଛି ଫିଲ୍ମ ଉପରେ ନଜର ପକାଇବା….

୧. ଗତବର୍ଷ ଦୀପାବଳିରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ’ । ଫିଲ୍ମରେ ମୁଖ୍ୟ କଳାକାର ଭାବରେ ନଜର ଆସିଥିଲେ ଅଭିନେତା ଆମୀର ଖାନ୍‌, ବିଗ୍‌ ବି ଅମିତାଭ ବଚ୍ଚନ, ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଫାତିମା ସନା ଶେଖ୍‌ । ଫିଲ୍ମର କଳାକାରଙ୍କୁ ଦେଖି ଏହା ଭଲ ଆୟ କରିବ ବୋଲି ଆଶା ଥିବା ବେଳେ ବକ୍ସ ଅଫିସରେ ଫିଲ୍ମଟି ସୁପରଫ୍ଲପ୍‌ ହୋଇଥିଲା ।

Thugs Of Hindostan
amarujala.com

୨. ୨୦୦୦ମସିହାରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ମିଶନ କଶ୍ମୀ’ର । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ରିତିକ୍‌ ରୋଶନ, ସଞ୍ଜୟ ଦତ୍ତ ଓ ଅଭିନେତ୍ରୀ ପ୍ରୀତି ଜିଣ୍ଟା । ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ ବିଦୁ ବିନୋଦ ଚୋପ୍ରା । ଦୀପାବଳି ଅବସରରେ ଫିଲ୍ମଟି ରିଲିଜ୍‌ ହୋଇଥିଲେ ମଧ୍ୟ ଏହା ଭଲ ବ୍ୟବସାୟ କରି ପାରି ନଥିଲା ।

Mission Kashmir
amarujala.com

୩. ୨୦୦୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ସାବରିଆ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ସୋନମ କପୁର । ଏହାର ନିର୍ଦ୍ଦେଶନା ସଞ୍ଜୟ ଲୀଲା ଭଂସାଲୀ ଦେଇଥିଲେ ମଧ୍ୟ ବକ୍ସ ଅଫିସରେ ଏହା ପ୍ରଥମ ଦିନ ହିଁ ଦର୍ଶକଙ୍କୁ ନିରାଶ କରିଥିଲା ।

Saawariya
amarujala.com

୪. ୨୦୧୦ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆକ୍ସନ ରିପ୍ଲେରେ’ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ । ଫିଲ୍ମରେ ବଡ଼ ବଡ଼ କଳାକାର ଥାଇ ମଧ୍ୟ ଫିଲ୍ମଟି ଚାଲି ନଥିଲା ।

Action Replay
amarujala.com
ସମ୍ବନ୍ଧିତ ଖବର