ଟାଇଗର ଶ୍ରଫ୍‌-ଦିଶା ପଟାନି ଏକାଠି ରହୁନାହାନ୍ତି

ଅଭିନେତା ଟାଇଗର ଶ୍ରଫ ଓ ଦିଶା ପଟାନିଙ୍କ ପ୍ରେମ ସମ୍ପର୍କକୁ ନେଇ ଢେର୍‌ ଦିନ ହେବ ଚର୍ଚ୍ଚା ଲାଗି ରହିଛି। ତେବେ ଟାଇଗର ଓ ଦିଶା ଲକ୍‌ଡାଉନରେ ଏକାଠି ଗୋଟେ ଘରେ ରହୁଥିବା ନେଇ ଯେଉଁ ଗୁଜବ ପ୍ରକାଶ ପାଉଥିଲା ସେ ସମ୍ପର୍କରେ ମୁହଁ ଖୋଲିଛନ୍ତି ଟାଇଗରଙ୍କ ଭଉଣୀ କୃଷ୍ଣା ଶ୍ରଫ୍‌। ସେ କହିଛନ୍ତି ଯେ, ଦିଶା ଆମ ଘରେ ରହୁନାହାନ୍ତି, ବରଂ ସେ ଆମ ଘର ନିକଟରେ ରହୁଛନ୍ତି। ବେଳେବେଳେ ରାସନ ସାମଗ୍ରୀ ଆଣିବା ପାଇଁ ଯିବା ବେଳେ ଆମେ ଏକାଠି ଯାଉ ବୋଲି କୃଷ୍ଣା କହିଛନ୍ତି। ଟାଇଗର ଓ ଦିଶାଙ୍କ ବନ୍ଧୁତା ସମ୍ପର୍କରେ ନିଜ ମତ ରଖି କୃଷ୍ଣା କହିଛନ୍ତି, ସେମାନଙ୍କର ବନ୍ଧୁତା ବହୁଦିନର। ଆମେ ଫିଟ୍‌ନେସ ଅବସରରେ ଦିଶାଙ୍କୁ ଭେଟିଥିଲୁ। ଟାଇଗର ଏବେ ବି ଏକଲା ରହୁଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି, ଯେବେ ଟାଇଗର ଫିଲ୍ମରେ ଅଭିନୟ କରିବା ଆରମ୍ଭ କଲେ ସେତେ‌ବେଳେ ମୁଁ ମୋ ଭାଇଙ୍କ ସହ ସମୟ ବିତାଇ ପାରୁନଥିଲି। ଏବେ କିନ୍ତୁ ଲକ୍‌ଡାଉନ ଯୋଗୁଁ ଏକାଠି ଖାଉଛୁ ଏବଂ ବୋର୍ଡ ଖେଳୁଛୁ।

ସମ୍ବନ୍ଧିତ ଖବର