ଅଭିନୟ ପାଇଁ ଘରୁ ଲୁଚି ପଳାଇଥିଲେ ଟାଇଗର ଶ୍ରଫ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ !

ମୁମ୍ବାଇ: ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ଅଭିନେତ୍ରୀ ଦିଶା ପଟ୍ଟାନିଙ୍କ ଅଭିନୀତ ଫିଲ୍ମ‘ବାଗୀ-୨’ମଧ୍ୟ ସୁପରହିଟ୍‌ ହୋଇଛି।
ଏହି ନିକଟରେ ଅଭିନେତ୍ରୀ ଦିଶାଙ୍କୁ ନେଇ ପଚାରାଯାଇଥିବା ଏକ ଇଣ୍ଟରଭ୍ୟୁରେ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ,ଅଭିନୟ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିବା ଯୋଗୁଁ ସେ ପାଠପଢ଼ାକୁ ଅଧାରେ ରଖି ଘରୁ ଲୁଚିକରି ମୁମ୍ବାଇ ପଳାଇ ଆସିଥିଲେ।

photo-indiatv

ଏହାପରେ ସେ ଏକାକୀ ଏକ ଭଡା ଘରେ ରହୁଥିଲେ ଓ କାମ କରୁଥିଲେ। ହେଲେ ସେ ନିଜ ଘରର କୌଣସି ସାହାଯ୍ୟ ନେଉନଥିଲେ। ଏହାସହିତ ଦିଶାଙ୍କର ପ୍ରଥମ କ୍ରଶ୍‌ କିଏ ର ପ୍ରଶ୍ନରେ ଅଭିନେତ୍ରୀ ଦିଶା ଅତି ମଜାଳିଆ ଢ଼ଙ୍ଗରେ ଅଭିନେତା ରଣବୀର୍‌ କପୁର୍‌ ହିଁ ତାଙ୍କର ପ୍ରଥମ କ୍ରଶ୍‌ ଥିଲେ ବୋଲି କହିଛନ୍ତି। ତେବେ ସ୍କୁଲ୍‌ ସମୟରୁ ହିଁ ସେ ରଣବୀର୍‌ଙ୍କର ଦିଓ୍ଵାନୀ ରହିଥିବା ସହିତ ସ୍କୁଲ୍‌ ଯିବା ସମୟରେ ରଣବୀର୍‌ଙ୍କ ପୋଷ୍ଟର୍‌କୁ ଘଣ୍ଟା ଘଣ୍ଟା ଦେଖୁଥିଲେ ବୋଲି କହିଛନ୍ତି। ଏହି କାରଣକୁ ନେଇ ବାରମ୍ବାର ସେ କେତେ ଥର ଅଳ୍ପକେ ଦୁର୍ଘଟଣାରୁ ବଞ୍ଚଯାଇଥିବା ବି ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର