ଗୋପନରେ ବିବାହ କରିଛନ୍ତି କି ଟାଇଗର୍‌ ଶ୍ରଫ୍‌ ଓ ଦିଶା ପଟାନି ?

ମୁମ୍ବାଇ: ବଲିଉଡର ଜଣାଶୁଣା ନାୟକ ଟାଇଗର୍‌ ଶ୍ରଫ୍‌ ହଟ୍‌ ହିରୋଇନ୍‌ ଦିଶା ପଟାନି ପ୍ରେମୀଯୁଗଳଭାବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଯଦିଓ ଏ ଦୁହେଁ ଏଯାବତ ଖୋଲାଖୋଲି ପ୍ରେମ କଥାକୁ ସ୍ୱୀକାର କରି ନାହାନ୍ତି,ତଥାପି ମନା କରି ନାହାନ୍ତି। ସେ ଦୁହିଁଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଉଭୟ ଟାଇଗର୍‌ ଶ୍ରଫ୍‌ ଏବଂ ଦିଶା ପଟାନି ପରସ୍ପରର ବେକରେ ମାଳା ପିନ୍ଧାଉଛନ୍ତି। ସେଥିରୁ ଅନୁମାନ କରା ଯାଉଛି କି ବୋଧହୁଏ ଏହି ପ୍ରେମୀଯୁଗଳ ଗୁପ୍ତରେ ବିବାହ କରିଛନ୍ତି। ଏଦୁହେଁ ଗୋଆରେ ଫିଲ୍ମ ‘ବାଗୀ-୨’ର ସୁଟିଂ ସମୟରେ ଏପରି କରିଥିବା କୁହାଯାଉଛି।

ଏ ଦୁହେଁ ନୂଆ ବର୍ଷରେ ଶ୍ରୀଲଙ୍କା ଯାଇ ସମୟ କାଟିଥିଲେ। ତେବେ ଗୋପାନ ବିବାହ ପ୍ରସଙ୍ଗରେ ଏମାନେ ମୁହଁ ଖୋଲି ନାହାନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ପ୍ରଖ୍ୟାତ ଅଭିନେତା ଜ୍ୟାକି ଶ୍ରଫଙ୍କ ସୁପୁତ୍ର ଟାଇଗର୍‌ ଶ୍ରଫ୍‌‘ହିରୋପନ୍ତି’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଅପରପକ୍ଷରେ ଦିଶା ‘ଏମ୍‌ ଏସ୍‌ ଧୋନି’ ଜରିଆରେ ବଲିଉଡରେ ଡେବ୍ରୁ କରିଥିଲେ। ସେ ନିଜର ହଟ୍‌ ଫଟୋ ସୋସିଆଲ ମିଡିଆରେ ସେଆର୍‌ କରି ଚର୍ଚ୍ଚିତା ହୋଇଛନ୍ତି।

ସମ୍ବନ୍ଧିତ ଖବର

Comments are closed.