ଏକୁଟିଆ ଶୋଇବାକୁ ଡରନ୍ତି ଟାଇଗର୍

ବଲିଉଡ୍‌ର ଏନର୍ଜେଟିକ୍ ଆକ୍ଟର୍ ଟାଇଗର୍ ଶ୍ରଫ୍ ଖୁବ୍ କମ୍ ଦିନରେ ଚଳଚ୍ଚିତ୍ର ଜଗତରେ ନିଜ ପରିଚୟ ତିଆରି କରିଛନ୍ତି। ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୁଢ଼ା, ଯୁବତୀ ସମସ୍ତେ ତାଙ୍କ ଆକ୍ସନ ଓ ରୋମାନ୍ସକୁ ପ୍ରଶଂସା କରିଆସିଛନ୍ତି। ତେବେ ଏହି ଆକ୍ସନ ହିରୋ ଆଜି ବି ରାତିରେ ଏକୁଟିଆ ଶୋଇବାକୁ ଭୟ କରନ୍ତି ବୋଲି ଏକ ସାକ୍ଷାତ୍‌କାରରେ କହିଛନ୍ତି।

ଟାଇଗର୍ ଯେତେବେଳେ ଘରେ ଥା’ନ୍ତି, ତାଙ୍କ ମା’ଙ୍କ ପାଖରେ ଶୋଇଥାନ୍ତି। ଆଉ ବାହାରକୁ ସୁଟିଂ ପାଇଁ ଗଲେ ଚଳଚ୍ଚିତ୍ରର ଯେକୌଣସି ଜଣେ ଟିମ୍ ସଦସ୍ୟଙ୍କୁ ତାଙ୍କ ସହିତ ରହିବାକୁ ଅନୁରୋଧ କରନ୍ତି। ସବୁଠାରୁ ମଜାଦାର କଥା ହେଉଛି, ସେ ଆଜି ପର୍ଯ୍ୟନ୍ତ କେବେ ହେଲେ ଏକୁଟିଆ ହରର୍ ଚଳଚ୍ଚିତ୍ର ଦେଖିନାହାନ୍ତି। ତାଙ୍କୁ ଭୂତ ଉପରେ ଆଧାରିତ ଚଳଚ୍ଚିତ୍ର ଦେଖିବାକୁ ଭୟ ଲାଗେ ଓ ରାତିରେ ତାଙ୍କ ସ୍ବପ୍ନରେ ଆସି ତାଙ୍କୁ ଡରାଏ ବୋଲି ସେ କହିଛନ୍ତି।

ସେ ବର୍ତ୍ତମାନ ‘ଗଣପତ୍’ ଚଳଚ୍ଚିତ୍ରରେ ସୁଟିଂରେ ଅଛନ୍ତି। ମାତ୍ର କରୋନା ପାଇଁ ସୁଟିଂ ଅଧାରୁ ସ୍ଥଗିତ ଥିବା ବେଳେ ତାଙ୍କ ନାୟିକା ଭୂମିକାର କୃତି ସାନନ୍ ରହିଛନ୍ତି। ଚଳଚ୍ଚିତ୍ରକୁ ବିକାଶ ବହଲ୍ ନିର୍ଦ୍ଦେଶନା ଦେଇଛନ୍ତି।

ସମ୍ବନ୍ଧିତ ଖବର