ଆସାମରେ ଅଛନ୍ତି ଆଉ ଜଣେ ଟାଇଗର ଶ୍ରଫ୍‌, ଯାହାଙ୍କୁ ଦେଖିଲେ ଆପଣ ବି ବିଶ୍ୱାସ କରିପାରିବେନି !

ମୁମ୍ବାଇ: ଆସାମରେ ଅଛନ୍ତି ଜଣେ ଟାଇଗର ଶ୍ରଫ୍‌ । ବଲିଉଡ ଷ୍ଟାର୍‌ ଟାଇଗର ଶ୍ରଫ୍‌ଙ୍କ ଶରୀରକୁ ନେଇ ବହୁ ଯୁବକ,ଯୁବତୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି। ତାଙ୍କ ଲକ୍ଷ ଲକ୍ଷ ଦିଓ୍ଵାନା ଅଛନ୍ତି। ଏବେ ଆଉ ଜଣେ ଟାଇଗର୍‌ ସୋସିଆଲ୍‌ ମିଡ଼ିଆରେ ଖୁବ୍‌ ଭାଇରାଲ୍‌ ହେଉଛନ୍ତି ।ଏହି ଟାଇଗରଙ୍କ ଚେହେରା ପୁରାପୁରି ଟାଇଗର୍‌ ଶ୍ରଫ୍‌ଙ୍କ ସହିତ ମିଶୁଛି। ହେଲେ ପ୍ରକୃତରେ ସେହି ଯୁବକଙ୍କ ନାମ ହେଲା ଡେଭିଡ୍‌ ସହାରିୟା। ସେ ଆସାମର ଅଧିବାସୀ।

ଯଦି ଆପଣ ଡେଭିଡ ସହାରିୟା ଓ ଟାଇଗର୍‌ ଶ୍ରଫ୍‌ଙ୍କ ଫଟୋକୁ ମିଳାଇବେ,ତେବେ ଏକଥା ଭଲଭାବେ ହୃଦୟଙ୍ଗମ କରିପାରିବେ। ଡେଭିଡ୍‌ କହିଛନ୍ତି ଯେ,ଯେତେବେଳେ ତାଙ୍କୁ ଟାଇଗର ନାଆଁରେ ସମସ୍ତେ ଜାଣନ୍ତି,ସେତେବେଳେ ସେ ଖୁବ୍‌ ଖୁସି ହୁଅନ୍ତି।
ଟାଇଗର ଶ୍ରଫ୍‌ଙ୍କ ଷ୍ଟାଇଲ୍‌ ଓ ଲୁକ୍‌କୁ ସେ ଅନୁକରଣ କରନ୍ତି। କିନ୍ତୁ ବଲିଉଡରେ କ୍ୟାରିଅର୍‌ କରିବାପାଇଁ ହେଲେ ସେ ନିଜ ଦମ୍‌ରେ ତାହା କରିବେ। ଏବେ ଡେଭିଡ ଆସମୀୟା ସିନେମାରେ ଅଭିନୟ କରୁଛନ୍ତି।


ଟାଇଗର୍‌ ଓ ଡେଭିଡଙ୍କ ଭିତରେ ଯଥେଷ୍ଟ ସାମଞ୍ଜସ୍ୟ ରହିଛି। ହେଲେ କେବଳ ଗୋଟିଏ ଅସମାନତା ରହିଛି। ତାହା ହେଲା ଯେ,ଟାଇଗରଙ୍କ ବାଳ ଲମ୍ବା ଓ ଡେଭିଡଙ୍କ କେଶ ଛୋଟ।

ସମ୍ବନ୍ଧିତ ଖବର