ବଲିଉଡର ଏହି ପ୍ରେମୀଯୁଗଳଙ୍କ ଭିତରେ ସବୁ କିଛି ଠିକ୍‌ଠାକ୍‌ ନାହିଁ !

ମୁମ୍ବାଇ: ପ୍ରେମୀ ଯୁଗଳଭାବେ ବଲିଉଡର ଜଣାଶୁଣା ନାୟକ ଟାଇଗର୍‌ ଶ୍ରଫ୍‌ ହଟ୍‌ ହିରୋଇନ୍‌ ଦିଶା ପଟାନି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଯଦିଓ ଏ ଦୁହେଁ ଏଯାବତ ଖୋଲାଖୋଲି ପ୍ରେମ କଥାକୁ ସ୍ୱୀକାର କରି ନାହାନ୍ତି,ତଥାପି ମନା କରି ନାହାନ୍ତି। ହେଲେ ଏବେ ସେ ଦୁହିଁଙ୍କ ଭିତରେ ସବୁ ଠିକଠାକ୍‌ ନାହିଁ ବୋଲି କୁହାଯାଉଛି। ‘ବାଗୀ-୨’ର ପ୍ରମୋସନ୍‌ ବେଳେ ଉଭୟଙ୍କର ମନ ଫଟାଫଟି ସମସ୍ତଙ୍କ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଦିଶା କୁଆଡେ ଟାଇଗରଙ୍କ ଲୋକପ୍ରିୟତାରେ ଜଳୁଛନ୍ତି।ତା ଛଡା ତାଙ୍କୁ ଏହି ସିନେମାରେ ଉପଯୁକ୍ତ ଭୂମିକା ମିଳି ନାହିଁ। ଖାଲି ସେତିକି ନୁହେଁ ଦିଶା ଜଣେ ଭଲ ଡ୍ୟାନସର୍‌ ହୋଇଥିବା ସତ୍ତ୍ୱେ ‘ବାଗୀ-୨’ରେ ତାଙ୍କର କୌଣସି ସୋଲୋ ଡ୍ୟାନସ୍‌ ନଥିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଦିଶା। ସେ ଭାବୁଛନ୍ତି ଯେ ବୋଧହୁଏ ଟାଇଗର୍‌ ତାଙ୍କୁ ଆଗକୁ ଯିବାକୁ ଦେଉ ନାହାନ୍ତି ।

ପୂର୍ବରୁ ଅଭିନେତ୍ରୀ ଦିଶା ପଟ୍ଟାନି ସର୍ବଦା ପ୍ରେମିକ ଟାଇଗର୍‌ ଶ୍ରଫ୍‌ଙ୍କ ମୋବାଇଲ୍‌ ଫୋନ୍‌କୁ ଚେକ୍‌ କରିବା ସହିତ ତାଙ୍କ ଉପରେ ନିଜର ତୀକ୍ଷ୍‌ଣ ନଜରକୁ ମଧ୍ୟ ରଖୁଛନ୍ତି।ଏଥିସହିତ ସେ ପ୍ରେମିକ ଟାଇଗର୍‌ଙ୍କୁ ତାଙ୍କର କୌଣସି କୋ-ଆର୍ଟିଷ୍ଟ୍‍ ସହିତ କାମକୁ ଛାଡ଼ିଦେଲେ ଅଯଥାରେ କଥାବାର୍ତ୍ତା ହେବା ଓ ତାଙ୍କ ଫଟୋକୁ ଲାଇକ୍‌ ଦେବା ଉପରେ ମଧ୍ୟ କଟକଣା ଲଗାଇଛନ୍ତି।ସୂତ୍ର ଅନୁସାରେ ଏହି ଖବରକୁ ଅଭିନେତା ଟାଇଗର୍‌ ଶ୍ରଫ୍‌ଙ୍କର ବ୍ୟକ୍ତିଗତ ସଂପର୍କୀୟ ତାଙ୍କର ନିଜ ନାମକୁ ଗୋପନ ରଖି ଜଣାଇଛନ୍ତି ଯେ ,ଅଭିନେତା ଟାଇଗର୍‌ଙ୍କର ଦିଶା ହେଉଛନ୍ତି ପ୍ରଥମ ପ୍ରେମ।ଯେଉଁ କାରଣକୁ ନେଇ ସେ ତାଙ୍କୁ ଅନ୍ଧ ଭଳି ଭଲପାଆନ୍ତି ଯାହାର ଫାଇଦା ଉଠାଉଛନ୍ତି ଦିଶା।

ନିକଟରେ ଉଭୟଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଥିଲା । ଏଥିରେ ଉଭୟ ଟାଇଗର୍‌ ଶ୍ରଫ୍‌ ଏବଂ ଦିଶା ପଟାନି ପରସ୍ପରର ବେକରେ ମାଳା ପିନ୍ଧାଉଛନ୍ତି। ସେଥିରୁ ଅନୁମାନ କରା ଯାଉଛି କି ବୋଧହୁଏ ଏହି ପ୍ରେମୀଯୁଗଳ ଗୁପ୍ତରେ ବିବାହ କରିଛନ୍ତି। ଏଦୁହେଁ ଗୋଆରେ ଫିଲ୍ମ ‘ବାଗୀ-୨’ର ସୁଟିଂ ସମୟରେ ଏପରି କରିଥିବା କୁହାଗଲା। ଏ ଦୁହେଁ ନୂଆ ବର୍ଷରେ ଶ୍ରୀଲଙ୍କା ଯାଇ ସମୟ କାଟିଥିଲେ। ତେବେ ଗୋପାନ ବିବାହ ପ୍ରସଙ୍ଗରେ ଏମାନେ ମୁହଁ ଖୋଲି ନାହାନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ପ୍ରଖ୍ୟାତ ଅଭିନେତା ଜ୍ୟାକି ଶ୍ରଫଙ୍କ ସୁପୁତ୍ର ଟାଇଗର୍‌ ଶ୍ରଫ୍‌‘ହିରୋପନ୍ତି’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଅପରପକ୍ଷରେ ଦିଶା ‘ଏମ୍‌ ଏସ୍‌ ଧୋନି’ ଜରିଆରେ ବଲିଉଡରେ ଡେବ୍ରୁ କରିଥିଲେ। ସେ ନିଜର ହଟ୍‌ ଫଟୋ ସୋସିଆଲ ମିଡିଆରେ ସେଆର୍‌ କରି ଚର୍ଚ୍ଚିତା ହୋଇଛନ୍ତି।

ସମ୍ବନ୍ଧିତ ଖବର