ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଟାଇଗର୍ ଶ୍ରଫଙ୍କ ଅଭିନୀତ ‘ବାଗୀ-୨’ ବକ୍ସ ଅଫିସରେ ଧମାଲ୍ କରିଛି।ଏହାକୁ ଏ ବର୍ଷର ସବୁଠାରୁ ବଡ଼ ସିନେମା ବୋଲି କୁହାଯାଉଛି। କାରଣ ଏହି ସିନେମାକୁ ସବୁଠାରୁ ବଡ଼ ଓପନିଂ ମିଳିଛି। ଏହା ଓପନିଂ ମାମଲାରେ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତ୍’କୁ ବି ପଛରେ ପକାଇ ଦେଇଛି। ଏହା ଅବଶ୍ୟ ଭିନ୍ନ କଥା ଯେ ‘ବାଗୀ-୨’ କୁ ‘ପଦ୍ମାବତ୍’ ତୁଳନାରେ ଅଧିକ ସିନେମା ହଲ୍ ମିଳିଛି। ‘ବାଗୀ-୨’ ପ୍ରଥମ ଦିନ ପ୍ରାୟ ୨୦ କୋଟିର କଲେକସନ୍ କରିଛି।
ତେବେ ଆପଣ ଜାଣନ୍ତି କି ଟାଇଗର୍ ଏବେ ବଲିଉଡର ତିନି ଟପ୍ ହିରୋଙ୍କୁ ପଝରେ ପକାି ଦେଇଛନ୍ତି। ସୋନେ ହେଲେ ରଣବୀର ସିଂହ,ରଣବୀ କପୁର ଏବଂ ବରୁଣ ଧଓ୍ଵନ୍ । ରଣବୀର ସିଂହଙ୍କ ପୂର୍ବ ସିନେମାର ଓପନିଂରେ ମିଳିଥିଲା ୧୯ କୋଟ ।ଠିକ୍ ସେହିପରି ରଣବୀର କପୁରଙ୍କ ‘ଜଗା ଜାସୁସ୍’ ର ଓପନିଂ ଥିଲା ମାତ୍ର ୮.୨୫ କୋଟି। ବରୁଣ ଧଓ୍ଵନ୍ ଅଭିନୀତ ‘ଜୂଡଓ୍ଵା-୨’ର ପ୍ରଥମ ଦିନର କଲେକସନ୍ ଥିଲା ୧୫ କୋଟି।
ଅପରପକ୍ଷରେ ସଂଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତ୍’ର ଆୟ ଥିଲା ୧୯ କୋଟି ଟଙ୍କା ଥିଲା। ସାଜିଦ୍ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ‘ବାଗୀ-୨’ରେ ଟାଇଗର୍ ଶ୍ରଫଙ୍କ ବିପକ୍ଷରେ ନଜର ଆସିଛନ୍ତି ଦିଶା ପଟାନି। ଏହା ଏକ ଜବରଦସ୍ତ ଆକସନ୍ ସିନେମା। ଏଥିରେ ହଲିଉଡ ଷ୍ଟାଇଲର ଆକସନ୍ ସିନ୍ ରହିଛି। ଇତିମଧ୍ୟରେ ସାଜିଦ୍ ନାଡିଆଡଓ୍ଵାଲା ଏହାର ପରବର୍ତ୍ତୀ ସିକ୍ୱେଲ୍ ‘ବାଗୀ-୩’ ନିର୍ମାଣର ଘୋଷଣା କରିଛନ୍ତି।