ମୁମ୍ବାଇ : ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ ବଲିଉଡ୍‌ରେ ଆକ୍ସନ ହିରୋ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଦେଇଥିବା ବେଳେ ତାଙ୍କ ଫିଟ୍‌ ଶରୀରକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥାଏ । ତେବେ ବଲିଉଡ୍‌ରେ ୫ବର୍ଷ ବିତାଇ ସାରିଥିବା ବେଳେ କେଉଁ ଜିନିଷକୁ ନେଇ ସେ ଅସୁରକ୍ଷିତ ମନେ କରନ୍ତି ତାହା ଜଣାଇଛନ୍ତି ।

Advertisment

publive-image Mid-Day

ତାଙ୍କ କହିବା ଅନୁଯାୟୀ, ଏହା ସତ କି ମୁଁ ଅସୁରକ୍ଷିତ ଅନୁଭବ କରେ । ଯାହା ପାଇଁ ମୋତେ ସବୁ ବେଳେ ପ୍ରଶଂସାର ଦରକାର ପଡ଼ିଥାଏ । ମୁଁ କେମିତି କାମ କରୁଛି? ମୋ ବାପା ମୋ କାମକୁ ବସନ୍ଦ କରିବେ ତ? ମୋ ପ୍ରଶଂସକ ମୋ କାମକୁ ପସନ୍ଦ କରିବେ ତ? ସବୁବେଳେ ଏହି ପ୍ରଶ୍ନ ମୋ ମନକୁ ଆସେ, ଯାହା ପାଇଁ ଅସୁରକ୍ଷିତ ମନେ ହୁଏ ବୋଲି କହିଛନ୍ତି ଟାଇଗର ଶ୍ରଫ।