ମିଡିଆକୁ ଦେଖି ଦୌଡ଼ିବାକୁ ଲାଗିଲେ ଟାଇଗର ଶ୍ରଫ୍,ଜାଣନ୍ତୁ କ’ଣ ଥିଲା କାରଣ?
ମୁମ୍ବାଇ : ଟାଇଗର ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଷ୍ଟୁଡ଼େଣ୍ଟ ଅଫ୍ ଦ ଇୟର-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଟାଇଗରଙ୍କ ସହ ରୋମାନ୍ସ କରିବେ ଅନନ୍ୟା ପାଣ୍ଡେ ଏବଂ ତାରା ସୁତାରିଆ । ତେବେ କୌଣସି କାମରେ ଟାଇଗର ବାହାରକୁ ଯାଉଥିବା ବେଳେ ତାଙ୍କୁ ଏୟାରପୋର୍ଟରେ ସାମ୍ବାଦିକମାନେ ଘେରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସାମ୍ବାଦିକମାନେ ପାଖକୁ ଆସିବା ପୂର୍ବରୁ ଟାଇଗର ଦୌଡ଼ିବାକୁ ଲାଗିଥିଲେ । ଯାହାକୁ ଦେଖିବା ପରେ ଉପସ୍ଥିତ ଲୋକ ଏବଂ ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ହଠାତ୍ ଟାଇଗରଙ୍କର କ’ଣ ହେଲା ବୋଲି ସମସ୍ତେ ଭାବୁଥିବା ବେଳେ ପରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଟାଇଗର୍ଙ୍କ ଏୟାରପୋର୍ଟରେ ପହଞ୍ଚିବା ବିଳମ୍ବ ହେବାରୁ ତାଙ୍କ ବିମାନ ଉଡ଼ାଣର ସମୟ ହୋଇ ଯାଇଥିଲା । ଟିକେ ବିଳମ୍ବ ହୋଇଥିଲେ ସେ ଆଉ ବିମାନରେ ଚଢ଼ି ପାରି ନ ଥାନ୍ତେ । ଯାହା ପାଇଁ ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ସେ ଦୌଡ଼ିବା ଆରମ୍ଭ କରିଥିବା ଜଣାପଡ଼ିଛି ।