‘ୱାର୍’ ପରେ ପୁଣି ଯୁଦ୍ଧ କରୁଛନ୍ତି ଟାଇଗର୍ ଶ୍ରଫ୍!

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟକ ଟାଇଗର୍ ଶ୍ରଫ୍ ସୁପରଡୁପର୍ ହିଟ୍ ‘ୱାର୍’ ପରେ କେଉଁ ସିନେମାରେ କାମ କରୁଛନ୍ତି, ତାହା ଜାଣିବାକୁ ତାଙ୍କର ପ୍ରଶଂସକମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଥିଲା। ଏବେ ତାଙ୍କର ଆଗାମୀ ଫିଲ୍ମ ‘ବାଗି-୩’ର ଫାର୍ଷ୍ଟ ଲୁକ୍ ରିଲିଜ୍ ହେବା ପରେ ସେହି ଉତ୍କଣ୍ଠାର ଅବସାନ ଘଟିଛି ବୋଲି କୁହାଯାଇପାରେ।

‘ବାଗି-୩’ର ଫାର୍ଷ୍ଟଲୁକ୍ ପୋଷ୍ଟରରେ ଟାଇଗର କୌଣସି ଏକ ଯୁଦ୍ଧଭୂମିରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି। ଏହାକୁ ନେଇ ଟାଇଗର ନିଜର ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ନିଜର ସବୁଠୁ ବଡ଼ ଶକ୍ତିଶାଳୀ ଶତ୍ରୁ ବିରୁଦ୍ଧରେ, ତା’ର ସବୁଠାରୁ ବଡ଼ ଯୁଦ୍ଧ, ଏକ ଦେଶ ବିରୁଦ୍ଧରେ, ରୋନି ଫେରି ଆସିଛି।’ ଏହି ଫିଲ୍ମର ଟ୍ରେଲର୍ ଆଗାମୀ ତାରିଖରେ ରିଲିଜ ହେବ ବୋଲି ବି ଜଣାଯାଇଛି।

ଟାଇଗର ଫିଲ୍ମ ‘ବାଗି-୩’ରେ ତାଙ୍କ ଚରିତ୍ରର ନାମ ଘୋଷଣା କରିଛନ୍ତି , କିନ୍ତୁ ଏହି ପୋଷ୍ଟରେ ଟାଇଗର ଯୁଦ୍ଧ କରିବା ଅବତାରରେ ଥିବା ଭଳି ଲାଗୁଛନ୍ତି । ଏହାକୁ ନେଇ ସିନେପ୍ରେମୀ ଉତ୍ସାହିତ ଥିବା କୁହାଯାଉଛି। ତାଙ୍କ ସାମନାରେ ଟ୍ୟାଙ୍କର୍, ହେଲିକେପ୍ଟର୍ ରହିଛି, ଯାହା ନିକଟରେ ନିଆଁ ଜଳୁଥିବା ଏବଂଧୂଆଁ ବାହାରୁଥିବାର ଦେଖାଯାଉଛି ନିଜ ଆଡ଼କୁ ବଢ଼ୁଥିବା ଏହି ମେସିନଗୁଡିକ ସାମନାରେ ଟାଇଗର ଛାତି ଦେଖାଇ ଛିଡ଼ା ହୋଇଥିବାର ଦେଖିବାକୁ ମିଳୁଛି । ତାଙ୍କ ହାତରେ ଏକ ରାଇଫଲ୍ ରହିଥିବା ପୋଷ୍ଟରରୁ ଜଣାପଡ଼ୁଛି ।

image source-hindustantimes

ସୂଚନାଯୋଗ୍ୟ, ‘ବାଗି-୩’ ରେ ପୁଣି ଥରେ ଦର୍ଶକ ଟାଇଗର୍ ଶ୍ରଫ୍ – ଶ୍ରଦ୍ଧା କପୁରଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ। ଏହି ଯୋଡ଼ି ‘ବାଗି’ରେ ଲୋକଙ୍କ ହୃଦୟ ଜିତିଥିଲେ। ଏବେ ଫିଲ୍ମର ଦ୍ବିତୀୟ ସିକ୍ୱେଲରେ ଏହି ଯୋଡ଼ି ପୁଣିଥରେ ଦର୍ଶକଙ୍କୁ ପ୍ରଭାବିତ କରିପାରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର