ବାଗୀ-୩ରେ ଟାଇଗର୍‌ ଶ୍ରଫ ନିଜେ କରିବେ ଷ୍ଟଣ୍ଟ କୋରିଓଗ୍ରାଫି

ଦର୍ଶକ ଦେଖିବେ ଜବରଦସ୍ତ ଆକ୍ସନ

ନୂଆଦିଲ୍ଲୀ: ଟାଇଗର ଶ୍ରଫ ଫ୍ୟାନଙ୍କ ପାଇଁ ଖୁସି ଖବର, କାରଣ ଟାଇଗର ଶ୍ରଫଙ୍କୁ ଦର୍ଶକ ପୁଣିଥରେ ବାଗୀ-୩ରେ ଦେଖବାକୁ ପାଇବେ । ସୂଚନା ଅନୁସାରେ ବାଗୀ-୧ ଓ ବାଗୀ-୨ ଅପେକ୍ଷା ବାଗୀ-୩ରେ ଅଧିକ ଆକ୍ସନ ଦେଖିବାକୁ ପାଇବେ ଦର୍ଶକ । ବର୍ତ୍ତମାନ ଟାଇଗର ଶ୍ରଫ ନିଜର ଆଗାମୀ ସିନେମା ‘ଓ୍ଵାର’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ସେ ପ୍ରଥମ ଥର ପାଇଁ ହିତିକ ରୋଶନଙ୍କ ସହ କାମ କରିବାକୁ ଯାଉଛନ୍ତି । ଏହା ଛଡା ଟାଇଗର ଶ୍ରଫ ବାଗୀ-୩ରେ ନଜର ଆସୁଛନ୍ତି । ରିପୋଟ ଅନୁସାରେ ବାଗୀ-୨ ସିନେମା ଅପେକ୍ଷା ଏଥିରେ ଅଧିକ ଆକ୍ସନ ଦେଖିବାକୁ ମିଳିବ । ସବୁଠୁ ବଡ କଥା ହେଲା ଏହି ଫିଲ୍ମରେ ଟାଇଗର ଶ୍ରଫ ନିଜେ ଷ୍ଟଣ୍ଟ କୋରିଓଗ୍ରାଫି କରିଛନ୍ତି ।

ସିନେମା ନିଦେର୍ଶକଙ୍କ କହିବା ଅନୁଯାଇ ଟାଇଗର ଶ୍ରଫ ସିନେମାର କିଛି ଷ୍ଟଣ୍ଟକୁ ନିଜେ କୋରିଓଗ୍ରାଫି କରିଛନ୍ତି । ଅନ୍ୟପଟେ ଟାଇଗର ଏକ ସାକ୍ଷାତକାରରେ କହିଛନ୍ତି ‘‘ମୁଁ ଏହି ଫିଲ୍ମରେ ସବୁ ଷ୍ଟଣ୍ଟକୁ ନିୟନ୍ତ୍ରଣ କରୁନାହିଁ, କେବଳ କିଛି ଷ୍ଟଣ୍ଟକୁ ନିଜ ଷ୍ଟାଇଲରେ କରିଛି । ଟାଇଗର ଶ୍ରଫ ଆଉ ମଧ୍ୟ କହିଛନ୍ତି ଫିଲ୍ମର ପୁରା ଟିମ୍‌ ବାଗୀ-୩ରେ ଦମ୍‌ଦାର ଆକ୍ସନ ଦେଖାଇବା ପାଇଁ ଚେଷ୍ଟା କରିଛନ୍ତି । ମୁଁ ଷ୍ଟଣ୍ଟ ବିଷୟରେ ଅଧିକ କିଛି ନ କହି ଏତିକି କହିବି ସିନେମାରେ ଏପରି କିଛି ହେବ ଯାହା ଆପଣ ଆଗରୁ କେବେ ଦେଖିନଥିବେ ।

ସମ୍ବନ୍ଧିତ ଖବର