ମୁମ୍ବାଇ: ଏବେ ସୁପରଷ୍ଟାର ରିତିକ୍ ରୋଶନ୍ ତାଙ୍କର ନୂଆ ଫିଲ୍ମ ‘ସୁପର-୩୦’ର ସୁଟିଂ କୁ ନେଇ ବ୍ୟସ୍ତ ଥିବା ବେଳେ ଟାଇଗର ଶ୍ରଫ୍ ‘ଦି ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍-୨’ର କାମରେ ବ୍ୟସ୍ତ ଅଛନ୍ତି। ପ୍ରଥମ ଥର ପାଇଁ ବଲିଉଡ଼୍ର ଏହି ଦୁଇ ସୁପର ହିରୋଏକ ସଙ୍ଗେ ଏକ ଫିଲ୍ମରେ ନଜର ଆସିବେ। ଫିଲ୍ମର ଟାଇଟଲ୍ ଫାଇନାଲ୍ ହୋଇଥିଲେ ବି ଏସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ । ତେବେ ଏ ଫିଲ୍ମର ସୁଟିଂ ଗତକାଲି ଆରମ୍ଭ ହୋଇଛି । ଏହାକୁ ୨୦୧୯ ଗାନ୍ଧିଜୟନ୍ତୀ ଅର୍ଥାତ୍ ଅକ୍ଟୋବର ୨ ତାରିଖରେ ରିଲିଜ୍ କରାଯିବାର ଲକ୍ଷ୍ୟ ରଖାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ରିତିକ୍ ରୋଶନ୍ ଏହି ଫିଲ୍ମରେ ଟାଇଗର୍ ଶ୍ରଫ୍ଙ୍କ ଗୁରୁ ଭୂମିକାରେ ନଜର ଆସିବେ। ତେବେ ସମସ୍ତଙ୍କୁ ଭଲ ଭାବେ ଜଣା ଯେ ଏ ଦୁଇ କଳାକାର ଜବରଦସ୍ତ ନୃତ୍ୟ ଓ ଦମଦାର୍ ନୃତ୍ୟ ପାଇଁ ବେଶ୍ ସୁଖ୍ୟାତି ଅର୍ଜନ କରିଛନ୍ତି। ଏପରିକି ଟାଇଗର ରିତିକ୍ଙ୍କୁ ନିଜର ଆଦର୍ଶ ବୋଲି ମନେ କରନ୍ତି। ଏଥିପାଇଁ ସେ ରିତିକଙ୍କ ସହିତ ଯେତେ ବି ଛୋଟ ରୋଲ୍ ହେଲେ ବି କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଟାଇଗର ଶ୍ରଫ୍।
/sambad/media/post_attachments/wp-content/uploads/2018/09/hrithik-tiger-300x175.jpg)
ଏଠାରେ ରିତିକ୍ ଓ ଟାଇଗର୍ଙ୍କ ଯେଉଁ ନୂଆ ସିନେମା କଥା କୁହାଯାଉଛି,ତାହାର ପ୍ରଯୋଜନା କରୁଛନ୍ତି ୟଶ୍ରାଜ୍ ଫିଲ୍ମସ ଓ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଜଣେ ଜଣାଶୁଣା ନିର୍ଦ୍ଦେଶକ ସିଦ୍ଧାର୍ଥ ଅାନନ୍ଦ। ଖୁବ୍ ଶୀଘ୍ର ଏହି ଫିଲ୍ମର ବିଧିବଦ୍ଧ ଘୋଷଣା କରାଯିବ। ଏଥିରେ ବାଣୀ କପୁର ନାୟିକା ଭୂମିକାରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/tiger-hrithik.jpg)