ଟାଇଗର୍‌ ଜିନ୍ଦା ହୈ ହଜାରେ କୋଟି ଆୟ କରିବ!

ସଲ୍‌ମାନ୍‌ ଖାଁଙ୍କ ନୂଆ ଫିଲ୍ମ ‘ଟାଇଗର୍‌ ଜିନ୍ଦା ହୈ’ ଧୀରେ ଧୀରେ ଦର୍ଶକଙ୍କ ମନକୁ ଅଧିକାର କରୁଥିବାର ଆମେ ଦେଖୁଛୁ। ଫିଲ୍ମର ଟ୍ରେଲର୍‌ ତ ୟୁ-ଟ୍ୟୁବ୍‌ରେ ରେକର୍ଡ ସ୍ଥାପନ କରି ସାରିଲାଣି, ତା’କୁ ଦେଖି କେବଳ ସାଧାରଣ ଦର୍ଶକ ନୁହନ୍ତି, ଫିଲ୍ମ ପଣ୍ଡିତମାନେ ମଧ୍ୟ ବେଶ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି। ଏ ଫିଲ୍ମଟି ଏକ ବ୍ଲକ୍‌ବଷ୍ଟର୍‌ ହେବାର ସବୁ ସମ୍ଭାବନା ଅଛି ବୋଲି ସମସ୍ତେ ଏକମତ ହେଲେଣି। ତେଣୁ ‘ଟାଇଗର୍‌ ଜିନ୍ଦା ହୈ’ ଗୋଟେ ବଡ଼ ଧମାକା କରିବ ବୋଲି ଆମେ ଆଶା କରୁଛୁ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ସଲ୍‌ମାନ୍‌ଙ୍କର କିଛି ପ୍ରଶଂସକ କହୁଛନ୍ତି ଯେ ଏ ଫିଲ୍ମଟି ୧,୦୦୦ କୋଟିର ବ୍ୟବସାୟ କରି ଅମିର୍‌ ଖାଁଙ୍କ ଫିଲ୍ମ ‘ଦଙ୍ଗଲ୍‌’ର ଭାରତୀୟ ରେକର୍ଡକୁ ବି ଭାଙ୍ଗିଦେବ!

ଶୁଣା ଯାଉଛି ‘ଟାଇଗର୍‌ ଜିନ୍ଦା ହୈ’ର କାହାଣୀଟି ଏମିତି: ବିଶ୍ୱର ସବୁଠୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ୨୫ ଜଣ ଭାରତୀୟ ନର୍ସଙ୍କୁ ଅପହରଣ କରି ନେଇଛି। ସେମାନଙ୍କୁ ଭାରତୀୟ ସିକ୍ରେଟ୍‌ ଏଜେଣ୍ଟ୍‌ ଟାଇଗର୍‌ (ସଲ୍‌ମାନ୍‌) ଉଦ୍ଧାର କରୁଛି। ଏ ଫିଲ୍ମରେ ସଲ୍‌ମାନ୍‌ଙ୍କର ନାୟିକା ଅଛନ୍ତି କ୍ୟାଟ୍ରିନା କୈଫ୍‌। ୟଶ୍‌ରାଜ୍‌ ଫିଲ୍ମସ୍‌ ବ୍ୟାନର୍‌ରେ ତିଆରି ହୋଇଥିବା ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲି ଅବାସ୍‌ ଜାଫର୍‌। ଫିଲ୍ମଟି ଏଇ ଡିସେମ୍ବର ୨୨ ତାରିଖରେ ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର