ସଲ୍ମାନ୍ ଖାଁଙ୍କ ନୂଆ ଫିଲ୍ମ ‘ଟାଇଗର୍ ଜିନ୍ଦା ହୈ’ ଏବେ ବକ୍ସ ଅଫିସ୍ରେ ନୂଆ ରେକର୍ଡ ସ୍ଥାପନ କରିବାକୁ ଯାଉଛି। ଆମ ପାଖରେ ଏହାର ପ୍ରଥମ ୧୨ ଦିନର ହିସାବ ଅଛି, ସେଥିରୁ ଜଣା ଯାଉଛି ଯେ ଫିଲ୍ମଟି ୟା’ ଭିତରେ ୨୮୦ କୋଟିରୁ ଅଧିକ ଟଙ୍କା ଆୟ କରି ସାରିଲାଣି। ବୋଧେ ଏ ଖବର ପ୍ରକାଶିତ ହେବାବେଳକୁ ଆୟ ୩୦୦ ବା ୪୦୦ କୋଟିକୁ ଟପି ଯାଇଥିବ! ତେବେ ଏତିକି ଦିନର ହିସାବକୁ ବି ଦେଖିଲେ, ‘ଟାଇଗର୍ ଜିନ୍ଦା ହୈ’ ବର୍ତ୍ତମାନ ପ୍ରାଥମିକ ଆୟ ମାମଲାରେ ଦୁଇଟି ସଫଳତମ ଭାରତୀୟ ଫିଲ୍ମ ‘ଦଙ୍ଗଲ୍’ ଓ ‘ବାହୁବଳୀ- ଦି କନ୍କ୍ଲୁଜନ୍’ଠାରୁ ମଧ୍ୟ ଆଗରେ ଅଛି। ବକ୍ସଅଫିସ୍ ଇଣ୍ଡିଆର ସଦ୍ୟତମ ରିପୋର୍ଟ ଅନୁସାରେ, ରିଲିଜ୍ ପରର ଦ୍ୱିତୀୟ ସୋମବାର ଦିନ ‘ଟାଇଗର୍ ଜିନ୍ଦା ହୈ’ ୧୮.୪ କୋଟି ବ୍ୟବସାୟ କରିଛି। ସ୍ମରଣ କରା ଯାଇପାରେ ଯେ ଦ୍ୱିତୀୟ ସୋମବାର ଦିନ ‘ବାହୁବଳୀ’ର ଆୟ ଥିଲା ୧୬.୫୩ କୋଟି ତ ‘ଦଙ୍ଗଲ୍’ ଆୟ କରିଥିଲା ୧୨.୯୭ କୋଟି ଟଙ୍କା। ଗତ ଡିସେମ୍ବର ୨୧ ତାରିଖରେ ରିଲିଜ୍ ହୋଇଥିବା ‘ଟାଇଗର୍ ଜିନ୍ଦା ହୈ’ ପ୍ରଥମ ୨ ଦିନରେ ମୋଟ୍ ୫୦ କୋଟି, ୩ ଦିନରେ ୧୦୦ କୋଟି, ୪ ଦିନରେ ୧୫୦ କୋଟି, ୭ ଦିନରେ ୨୦୦ କୋଟି ଆୟ କରିଥିଲା। ‘ଟାଇଗର୍ ଜିନ୍ଦା ହୈ’ ବିଦେଶରେ ମଧ୍ୟ ଭଲ ବ୍ୟବସାୟ କରୁଛି ବୋଲି ଖବର ମିଳିଛି। ଅବଶ୍ୟ ଅନେକ ଦେଶରେ ଏହା ଏଯାଏ ରିଲିଜ୍ ହୋଇନାହିଁ। ଉଲ୍ଲେଖନୀୟ ଯେ ଅଲ୍ଲି ଜଫର୍ଙ୍କ ନିର୍ଦ୍ଦେଶିତ ‘ଟାଇଗର୍ ଜିନ୍ଦା ହୈ’ ହେଉଛି ୨୦୧୨ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଏକ୍ ଥା ଟାଇଗର୍’ର ଦ୍ୱିତୀୟ ଭାଗ ବା ସିକ୍ୱେଲ୍। ‘ଏକ୍ ଥା ଟାଇଗର୍’ର ମୋଟ୍ ବଜେଟ୍ ଥିଲା ୭୫ କୋଟି ଟଙ୍କା। କିନ୍ତୁ ‘ଟାଇଗର୍ ଜିନ୍ଦା ହୈ’ରେ ଖର୍ଚ୍ଚ ହୋଇଛି ପ୍ରାୟ ୧୫୦ କୋଟି ଟଙ୍କା।
/sambad/media/post_attachments/wp-content/uploads/2018/01/636295-626225-swag-salman-katrina-tzh-300x169.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/film-tiger-zinda-hai_38231bec-f06d-11e7-9b6a-9c455a15825b.jpg)