‘ଟାଇଗର ଜିନ୍ଦା ହୈ’ର ଆସିଲା ମ୍ୟୁଜିକାଲ ଟିଜର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁ ଓ କାଟ୍ରିନା କୈଫ୍‌ଙ୍କ ଆଗାମୀ ଫିଲ୍କ ‘ଟାଇଗର ଜିନ୍ଦା ହୈ’ ମ୍ୟୁଜିକାଲ ଟିଜର ଏବେ ରିଲିଜ୍‌ ହୋଇଛି। ଏଥିରେ ସଲମାନ ଓ କାଟ୍ରିନା ହାତରେ ବନ୍ଧୁକ ଧରିଥିବା ଦେଖା ଯାଉଛନ୍ତି। ଡ଼ିସେମ୍ବର ୨୨ରେ ରିଲିଜ ହେବାକୁ ଥିବା‘ଟାଇଗର ଜିନ୍ଦା ହୈ’ ଏବେ ଠାରୁ ଦର୍ଶକଙ୍କ ମନରେ ଘର କରି ସାରିଲାଣିବୋଲି ଚର୍ଚ୍ଚା ହେଉଛି।

ଟିଜର ଆସିବା ଆଗରୁ ମଧ୍ୟ ସୋସିଆଲ ମିଡ଼ିଆରେ ‘ଟାଇଗର ଜିନ୍ଦା ହୈ’ର ବହୁ ପୋଷ୍ଟର ଭାଇରାଲ ହୋଇସାରିଛି। ଏହି ଫିଲ୍କରେ ଭରପୁର ଆକ୍ସନ୍‌ , ଡ୍ରାମା ଓ ରୋମାନ୍ସ ରହିଥିବାର ଜଣା ପଡ଼ୁଛି। ତେବେ ସଲମାନ ଓ କାଟ୍ରିନା ପ୍ରେମ ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥିବା ବେଳେ ଫିଲ୍ମରେ ଦୁଇ ଜଣଙ୍କ ଅଭିନୟକୁ ନେଇ ଉତ୍ସାହିତ ଅଛନ୍ତି ଦର୍ଶକ। ଆଗରୁ ଆସିଥିବା ଫଟୋରେ ସଲମାନ ଓ କାଟ୍ରିନା ବନ୍ଧୁକ ଧରିଥିବା ଦେଖାଯାଇଥିବା ବେଳେ ଅନ୍ୟ ଏକ ଫଟୋରେ ସଲମାନ ଗାଡ଼ି ଚଲଉଥିବା ଦେଖା ଯାଇଛି।

ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଲ୍ଲୀ ଅବ୍ଦାସ ଥିବା ବେଳେ ଏହାର ପ୍ରଯୋଜନା କରିଛନ୍ତି ଆଦିତ୍ୟ ଚୋପ୍ରା।‘ଟାଇଗର ଜିନ୍ଦା ହୈ’ର ଏକ ବଡ଼ ଭାଗ ଅଷ୍ଟ୍ରିଆର ବିଭିନ୍ନ ସ୍ଥାନରେ ସୁଂଟି ହୋଇଛି। ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ-ଶେଖର। ଫିଲ୍ମର ପ୍ରଥମ ପୋଷ୍ଟର ଦୀପାବଳିରେ ରିଲିଜ ହୋଇଥିଲା। ତେବେ ଫିଲ୍ମଟି ଦର୍ଶକଙ୍କୁ ଭଲ ଲାଗିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର