ପ୍ରତିଦିନ ବୟଫ୍ରେଣ୍ଡ୍‌ ଟାଇଗର୍‌ଙ୍କ ମୋବାଇଲ୍‌ ଫୋନ୍‌ ଚେକ୍‌ କରନ୍ତି ଦିଶା!

ମୁମ୍ବାଇ: ଅଭିନେତା ଟାଇଗର୍‌ ଶ୍ରଫ୍‌ ଏବଂ ଅଭିନେତ୍ରୀ ଦିଶା ପଟାନିଙ୍କ ଲଭ୍‌ଷ୍ଟୋରି ସମସ୍ତଙ୍କୁ ପ୍ରାୟତଃ ଉଣା ଅଧିକେ ଜଣାଥିଲା ବେଳେ,ବଲିଉଡ଼୍‍ର ଚର୍ଚ୍ଚିତ କପୁଲ୍‌ମାନଙ୍କ ମଧ୍ୟରୁ ଏହି ଯୋଡ଼ି ଅନ୍ୟତମ ଅଟନ୍ତି।। ଏହି ଲଭ୍‌ ବାର୍ଡ଼ସ ସେମାନଙ୍କ ସଂପର୍କକୁ ନେଇ କେବେ ବି ମୁହଁ ଖୋଲି ନଥାନ୍ତୁ ପଛକେ, ତଥାପି ଟାଇଗର୍‌-ଦିଶାଙ୍କ ଲଭ୍‌ ରିଲେସନ୍‌କୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ।

ତେବେ ଏହି ନିକଟରେ ଏମିତି ଏକ କଥା ସାମ୍ନାକୁ ଆସିଛି,ଯାହାକୁ ଜାଣିଲାପରେ ଆପଣ ବି ଜାଣିପାରିବେ ଯେ ଦିଶା ଟାଇଗର୍‌ଙ୍କର କିଭଳି ଗର୍ଲଫ୍ରେଣ୍ଡ୍‌ ଅଟନ୍ତି?ଆଉ ସେହି କଥାଟି ହେଉଛି ଏଇଆ ଯେ, ଅଭିନେତ୍ରୀ ଦିଶା ପଟ୍ଟାନି ସର୍ବଦା ପ୍ରେମିକ ଟାଇଗର୍‌ ଶ୍ରଫ୍‌ଙ୍କ ମୋବାଇଲ୍‌ ଫୋନ୍‌କୁ ଚେକ୍‌ କରିବା ସହିତ ତାଙ୍କ ଉପରେ ନିଜର ତୀକ୍ଷ୍‌ଣ ନଜରକୁ ମଧ୍ୟ ରଖୁଛନ୍ତି। ଏଥିସହିତ ସେ ପ୍ରେମିକ ଟାଇଗର୍‌ଙ୍କୁ ତାଙ୍କର କୌଣସି କୋ-ଆର୍ଟିଷ୍ଟ୍‍ ସହିତ କାମକୁ ଛାଡ଼ି ଦେଲେ ଅଯଥାରେ କଥାବାର୍ତ୍ତା ହେବା ଓ ତାଙ୍କ ଫଟୋକୁ ଲାଇକ୍‌ ଦେବା ଉପରେ ମଧ୍ୟ କଟକଣା ଲଗାଇଛନ୍ତି।

photo-ndiatvnews.com

ସୂତ୍ର ଅନୁସାରେ ଏହି ଖବରକୁ ଅଭିନେତା ଟାଇଗର୍‌ ଶ୍ରଫ୍‌ଙ୍କର ବ୍ୟକ୍ତିଗତ ସଂପର୍କୀୟ ତାଙ୍କର ନିଜ ନାମକୁ ଗୋପନ ରଖି ଜଣାଇଛନ୍ତି ଯେ ,ଅଭିନେତା ଟାଇଗର୍‌ଙ୍କର ଦିଶା ହେଉଛନ୍ତି ପ୍ରଥମ ପ୍ରେମ,ଯେଉଁ କାରଣକୁ ନେଇ ସେ ତାଙ୍କୁ ଅନ୍ଧ ଭଳି ଭଲ ପାଆନ୍ତି ଓ ତାଙ୍କର ପ୍ରତ୍ୟେକଟି କଥାକୁ ମାନିଥା’ନ୍ତି। ହେଲେ ଦିଶାଙ୍କର ଏହି ଗୁଣକୁ ନେଇ ଟାଇଗର୍‌ଙ୍କ ମାଆ ଆୟେଶା ଦିଶାଙ୍କ ଉପରେ ଟିକିଏ ଖପ୍ପା ଅଛନ୍ତି। କାରଣଆୟେଶାଙ୍କୁ ଲାଗୁଛି ଯେ,ଦିଶାଙ୍କ ଯୋଗୁଁ ସେ ତାଙ୍କ ପୁଅଠାରୁ ଦୂରେଇ ଯାଉଛନ୍ତି। ହେଲେ ଟାଇଗର୍‌ ଙ୍କ ଭଉଣୀ କ୍ରିଷ୍ଣାଙ୍କର କିନ୍ତୁ ଦିଶାଙ୍କ ସହିତ ଖୁବ୍‌ ଭଲ ପଡ଼ୁଛି।

ସମ୍ବନ୍ଧିତ ଖବର