ଚଳଚ୍ଚିତ୍ର ‘ଟାଇଗର୍’ର ସ୍ବିକେଲ୍-୩କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୟଶରାଜ ଫିଲ୍ମସ୍ ପକ୍ଷରୁ ଯଦିଓ ଏନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇନାହିଁ, ଏଥିରେ ପୁଣିଥରେ ସଲମାନ୍-କ୍ୟାଟ୍ରିନା ଯୋଡ଼ି ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଏହା ଏକ ହାଇବେଜଟ୍ ଚଳଚ୍ଚିତ୍ର ହେବ ଏବଂ ଏଥିପାଇଁ ପ୍ରଡକ୍ସନ୍ ଖର୍ଚ୍ଚ ୨୦୦-୨୨୫କୋଟିରୁ ଊର୍ଧ୍ବ ହୋଇପାରେ। ଏହାବ୍ୟତୀତ ଚଳଚ୍ଚିତ୍ରର ପ୍ରିଣ୍ଟ ଓ ପ୍ରମୋସନ୍ ପାଇଁ ପ୍ରାୟ ୨୫ କୋଟି ଖର୍ଚ୍ଚ କରିବାକୁ ଯୋଜନା ହୋଇଛି। ତେବେ ଏହି ଚଳଚ୍ଚିତ୍ର ପାଇଁ ସଲମାନ୍ଙ୍କୁ ପାରିଶ୍ରମିକ ବାବଦକୁ ପ୍ରାୟ ୧୦୦ କୋଟି ଟଙ୍କା ମିଳିବ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ଚଳଚ୍ଚିତ୍ରର ଲାଭରେ ମଧ୍ୟ ଅଂଶୀଦାର ରହିବେ ସଲମାନ୍।
‘ଟାଇଗର୍’ଙ୍କ ଡିମାଣ୍ଡ ୧୦୦ କୋଟି
/sambad/media/post_attachments/wp-content/uploads/2020/09/salman.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)