ଜାକି ଶ୍ରଫ୍‌ଙ୍କ ପରେ ଏହି ବ୍ୟକ୍ତିଙ୍କୁ ନିଜ ଆଦର୍ଶ ବୋଲି ମାନନ୍ତି ଟାଇଗର ଶ୍ରଫ୍‌

ମୁମ୍ବାଇ: କିଛି ଦିନ ତଳେ ଇଣ୍ଡିଆ ଟୁଡ଼େ ତରଫରୁ ଆରମ୍ଭ ହୋଇଥିବା ‘ମାଇଣ୍ଡ ରକ୍ସ-୨୦୧୮’ରେ ଅନେକ ବଲିଉଡ୍‌ କଳାକାର ଯୋଗ ଦେଇ ନିଜ ମନ କଥା ସେୟାର କରିଛନ୍ତି । ସେହିଭଳି ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ଏଥିରେ ଯୋଗ ଦେଇ ନିଜ ଜୀବନର ଆଦର୍ଶ ବିଷୟରେ ଜଣାଇଥିଲେ । ନିଜ ବାପାଙ୍କ ପରେ ସେ କାହାକୁ ଆଦର୍ଶ ବୋଲି ମାନନ୍ତି ତାହା ଜଣାଇଥିଲେ ନିଜ ଫ୍ୟାନମାନଙ୍କୁ ।

Bollywoodlife.com

ଜାକି ଶ୍ରଫ୍‌ଙ୍କ ପରେ ସେ ବଲିଉଡ୍‌ ଅଭିନେତା ରିତିକ୍‌ ରୋଶନଙ୍କୁ ନିଜର ଆଦର୍ଶ ବୋଲି ମାନନ୍ତି ବୋଲି କହିବା ସହ ତାଙ୍କୁ ଖୁବ୍‌ ଡ଼ରନ୍ତି ବୋଲି କହିଛନ୍ତି । ରିତିକ୍‌ଙ୍କ ସହ ସେ ଏକ ଫିଲ୍ମ କରୁଥିବା ବେଳେ ତାଙ୍କ ଫିଲ୍ମ କରିବାର ଅନୁଭୂତି ସଂପର୍କରେ ସେ କହିଥିଲେ । ସୁଟିଂ ସମୟରେ ସେ ରିତିକ୍‌ଙ୍କ ସହ ସୁଟିଂ କରିବାକୁ ଡ଼ରୁଥିଲେ ବୋଲି କହିଛନ୍ତି । ଆଜି ମୁଁ ଯାହା ବି ହୋଇ ପାରିଛି ତାହା କେବଳ ରିତିକ୍‌ ସାର୍‌ଙ୍କ ପାଇଁ । ତାଙ୍କ ସହ କାମ କରିବାର ସୁଯୋଗ ମୋ ପାଇଁ ଆଶୀର୍ବାଦ ସଦୃଶ । ଅନେକ ଦିନର ସ୍ୱପ୍ନ ମୋର ଆଜି ପୂରଣ ହୋଇଛି ବୋଲି କହିଥିଲେ ଟାଇଗର । ରିତିକ୍‌ଙ୍କ ସହ ଟାଇଗର କରୁଥିବା ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବା ବେଳେ ଏହାର ନାଁ ସ୍ଥିର କରାଯାଇ ନାହିଁ ।

ସମ୍ବନ୍ଧିତ ଖବର