‘ଟାଇଗର୍‌ ଜିନ୍ଦା ହେ’ ଏହି ସିନେମାର ନକଲ ,ଜାଣନ୍ତୁ କିପରି ଅଟକା ଯାଇଥିଲା ମୂଳ ସିନେମାର ରିମେକ୍‌କୁ

ମୁମ୍ବାଇ: ସଲମାନ୍‌ ଖାନଙ୍କ ନୂଆ ସିନେମା ‘ଟାଇଗର୍‌ ଜିନ୍ଦା ହେ’ର ଟ୍ରେଲର ଏବେ ହଙ୍ଗାମା କରୁଛି। ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି। ସେଥିରୁ ଅନୁମାନ କରାଯାଉଛି ଯେ ‘ଟାଇଗର୍‌ ଜିନ୍ଦା ହେ’ ବକ୍ସଅଫିସରେ ସୁପରହିଟ୍‌ ହେବ। ହେଲେ ଏବେ ଏହି ସିନେମାକୁ ନେଇ ଅନ୍ୟ ଏକ ଚର୍ଚ୍ଚା ଜୋର ଧରିଛି। ତାହା ଯେ ଏହା ଅରିଜିନାଲ୍‌ ସିନେମା ନୁହେଁ ଅନ୍ୟ ଏକ ସିନେମାର ନକଲ। କୁହାଯାଉଛି ଯେ‘ଟାଇଗର୍‌ ଜିନ୍ଦା ହେ’ର କାହାଣୀ ମାଲୟାଲମ୍‌ ସିନେମା ‘ଟେକ୍‌ ଅଫ୍‌’ ଉପରେ ଆଧାରିତ। ମୂଳ କାହାଣୀଟି ସେଠାରୁ ନିଆଯାଇଛି ମାତ୍ର ସେଥିରେ କେତେ ପରିବର୍ତ୍ତନ କରାଯାଇ ନୂଆ ରୂପ ଦିଆଯାଇଛି।

ମୂଳ ମାଲୟାଲମ୍‌ ସିନେମା ‘ଟେକ୍‌ ଅଫ୍‌’ର କଥାବସ୍ତୁ ଆତଙ୍କବାଦୀ ଆଇ ଏସ୍‌ ଆଇ ଏସ୍‌ ଙ୍କ କବଳରେ ୨୫ ଜଣ ଭାରତୀୟ ନର୍ସ ପଡ଼ିଥିଲେ। ସେମାନଙ୍କୁ ବନ୍ଦୀ କରି ରଖାଯାଇଥିଲା। ଆଉ ସେଥିରୁ ସରକାର କିପରି ତାଙ୍କୁ ମୁକ୍ତ କରୁଛନ୍ତି ତାହା ଥିଲା କାହାଣୀର ପ୍ରସଙ୍ଗ। ସେଥିରେ ରାଜନୀତିକୁ ଗୁରତ୍ୱ ଦିଆଯାଇଥିଲା। ଏହି ହିନ୍ଦୀ ସିନେମାରେ ବି ସମାନ କଥା ରହିଛି ,ହେଲେ ସେମାନଙ୍କୁ ଟାଇଗର୍‌ କିପରି ମୁକୁଳାଉଛି ତାହା ଦେଖିବାକୁ ପାଇବେ ଦର୍ଶକ। ଆଉ ଏକ ମଜାଦାର କଥା ଏବେ ସାମ୍ନାକୁ ଆସିଛି। ତାହା ହେଲା ଯେ ସେହି ମାଲୟାଲମ୍‌ ସିନେମା ‘ଟେକ୍‌ ଅଫ୍‌’ର ହିନ୍ଦୀ ରିମେକ୍‌ ପାଇଁ ପ୍ରଯୋଜକ ସ୍ଥିର କରିଥିଲେ। ଏଥିଲାଗି ଏୟାର ଜେଟଓ୍ଵସ୍‌ ଭଳି ନାମୀ କଂପାନି ବି ଅର୍ଥ ଖଟାଇବାକୁ ରାଜି ଥିଲା ।

photo-onlookersmedia

ହେଲେ ଏହି ଖବରଟି ଯେମିତି‘ଟାଇଗର୍‌ ଜିନ୍ଦା ହେ’ର ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫରଙ୍କ କାନରେ ପଡ଼ିଲା ସେ ତତକ୍ଷଣାତ୍‌ ପ୍ରଯୋଜକ ଆଦିତ୍ୟ ଚୋପ୍ରାଙ୍କୁ ଧରି କିପରି ସେହି ମାଲୟାଲମ୍‌ ସିନେମା ‘ଟେକ୍‌ ଅଫ୍‌’ର ହିନ୍ଦୀ ରିମେକ୍‌ ତିଆରି ନ ହେବ ତାର ଷଡଯନ୍ତ୍ର କରିଲେ। ସେମାନେ ଏହି ପ୍ରୋଜେକ୍ଟରୁ ଓହରି ଯିବାକୁ ଏୟାର ଜେଟଓ୍ଵସ୍‌ କଂପାନି ଉପରେ ଚାପ ପକାଇଲେ। ଫଳତଃ କଂପାନି ସେଥିରୁ ଓହରିଗଲା। ଏଣୁ ତରବରିଆଭାବେ ‘ଟାଇଗର୍‌ ଜିନ୍ଦା ହେ’ର ନିର୍ମାଣ କରାଯାଇ ରିଲିଜ୍‌ ହେଉଛି।

ସମ୍ବନ୍ଧିତ ଖବର