ଭୁବନେଶ୍ବର: ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନ୍ମେଣ୍ଟ୍ (ଇଏମ୍ଇ) ଫିଲ୍ମସ ବ୍ୟାନରରେ ପ୍ରସ୍ତୁତି ଚାଲିଥିବା ‘ତୁ ଭାରି ବିଉଟିଫୁଲ୍’ ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ତା’ର ଗୀତକୁ ନେଇ ଚର୍ଚ୍ଚିତ ହେବାରେ ଲାଗିଛି। ଏପରିକି କିଛି ବ୍ୟକ୍ତିବିଶେଷ ଏହି ଚଳଚ୍ଚିତ୍ରର ଗୀତରେ ଟିକ୍ଟକ୍ ଭିଡିଓ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଦର୍ଶକଙ୍କର ଗୀତ ପ୍ରତି ଏହି ଭଲ ପାଇବା ଓ ଆଗ୍ରହକୁ ଦୃଷ୍ଟିରେ ରଖି ଇଏମ୍ଇ ଫିଲ୍ମସ ଏକ ଅଭିନବ ସୁଯୋଗ ଆଣିଛି। ଯେଉଁମାନେ ଏହି ଚଳଚ୍ଚିତ୍ରର ଟାଇଟଲ୍ ଗୀତରେ କିମ୍ବା ଅନ୍ୟ ଗୀତରେ ଟିକ୍ଟକ୍ ଭିଡିଓ ପ୍ରସ୍ତୁତ କରି ଇଏମ୍ଇ ଫିଲ୍ମସ ଟିକ୍ଟକ୍ ଆକାଉଣ୍ଟ୍ @emefilmsodia ରେ ପଠାଇବେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ ପ୍ରତିଭାଙ୍କୁ ଇଏମ୍ଇ ଫିଲ୍ମସର ପରବର୍ତୀ ଚଳଚ୍ଚିତ୍ରରେ ସୁଯୋଗ ଦିଆଯିବ ବୋଲି ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ ଏକ ମୌଳିକ କଥାବସ୍ତୁକୁ ନେଇ ‘ତୁ ଭାରି ବିଉଟିଫୁଲ୍’ ପ୍ରସ୍ତୁତି ଚାଲିଥିବା ବେଳେ ଜ୍ୟୋତି ନାୟକ, ଲିପ୍ସା, ଅର୍ଚ୍ଚିତା ମହାନ୍ତି, କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ଜୀବନ ପଣ୍ଡା, ସୋମେଶ ମହାନ୍ତି, ପ୍ରେମାଞ୍ଜନ ପରିଡ଼ା ଓ ସୁରେଶ ବଳ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ସଂଜୟ ନାୟକ ଏହାର ନିର୍ଦେଶନା ଦେଇଥିବା ବେଳେ ସଂଗୀତ ନିର୍ଦେଶନା ଦେଇଛନ୍ତି ମଳୟ ମିଶ୍ର।