ସୁଶାନ୍ତଙ୍କ ମୃତ୍ୟୁ ସହ ଟିକ୍‌ଟକ୍‌ ଷ୍ଟାର୍‌ଙ୍କ ମୃତ୍ୟୁର କିଛି ସଂଯୋଗ ନାହିଁ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଏବେ ବି ତାଙ୍କର ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏ ମଧ୍ୟରେ ୧୬ ବର୍ଷୀୟା ଟିକ୍‌ଟକ୍‌ ତାରକା ସିୟା କକ୍କର୍‌ ନୂଆଦିଲ୍ଲୀରେ ଆତ୍ମହତ୍ୟା କରିଛନ୍ତି। ନୂଆଦିଲ୍ଲୀ ପୁଲିସ ସୁଶାନ୍ତଙ୍କ ମୃତ୍ୟୁ ଓ ଟିକ୍‌ଟକ୍‌ ତାରକାଙ୍କ ଆତ୍ମହତ୍ୟା ମଧ୍ୟରେ କୌଣସି ଲିଙ୍କ ଅଛି ନା ନାହିଁ, ସେନେଇ ତଦନ୍ତ ଜାରି ରଖିଛି। ତେବେ ସମ୍ପୃକ୍ତ ଟିକ୍‌ଟକ୍‌ ତାରକାଙ୍କ ପରିବାର ଏହି ସଂଯୋଗ ସମ୍ପର୍କରେ କୌଣସି ମତ ରଖିନାହାନ୍ତି। ପୁଲିସ ତାଙ୍କ ମୋବାଇଲ୍‌ ଫୋନ୍‌ରୁ ଏବେ ସବିଶେଷ ସଂଗ୍ରହରେ ଲାଗିଛି। ସୂଚନାଯୋଗ୍ୟ, ସେଇ ଟିକ୍‌ଟକ୍‌ ତାରକାଙ୍କର ୧୦ ଲକ୍ଷରୁ ଅଧିକ ଫଲୋଅର୍‌ ଅଛନ୍ତି। ସେ ନିଜ ନୃତ୍ୟ ମାଧ୍ୟମରେ ନିଜ ପ୍ରଶଂସକମାନଙ୍କୁ ବାନ୍ଧି ରଖିଥିଲେ।

ସମ୍ବନ୍ଧିତ ଖବର