ମୁମ୍ବାଇ : ବହୁଚର୍ଚ୍ଚିତ ଧାରାବାହିକ ‘ଡାଏନ’ରେ ସାଥୀରେ କାମ କରୁଥିବା ଦୁଇ ମୁଖ୍ୟ କଳାକାରଙ୍କ ମଧ୍ୟରେ କିଛି ଠିକ୍‌ ନଥିବା ଜଣା ପଡ଼ିଛି । ପରଦା ଉପରେ ଦୁହିଁଙ୍କ ରୋମାନ୍ସ ଦର୍ଶକଙ୍କୁ ପସନ୍ଦ ଆସୁଥିବା ବେଳେ ପରଦା ପଛରେ ଦୁହେଁ ପରସ୍ପରର ଶତ୍ରୁ ପାଲଟି ଯାଇଛନ୍ତି । ଅଭିନେତ୍ରୀ ଟିନା ଦତ୍ତା ନିଜ ସହ-କଳାକାର ମୋହିତ୍‌ ମାଲହୋତ୍ରାଙ୍କ ଉପରେ ଅଶାଳୀନ ଭାବରେ ସ୍ପର୍ଶ କରିବାର ଅଭିଯୋଗ ଆଣିବା ପରେ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Advertisment

publive-image ABP Live

ସୂଚନା ମୁତାବକ, ଧାରାବାହିକର ଏକ ଅନ୍ତରଙ୍ଗ ଦୃଶ୍ୟର ସୁଟିଂ ଚାଲିଥିବା ବେଳେ ମୋହିତ୍‌ ଟିନାଙ୍କ ସହ ର୍ଦୁବ୍ୟବହାର କରିଥିଲେ । ସୁଟିଂ ସମୟରେ ତାଙ୍କୁ ରୋକିବା ପାଇଁ ଚେତାବନୀ ଦିଆ ଯାଇଥିଲେ ମଧ୍ୟ ସେ ଅଟକି ନଥିଲେ । ଯାହା ପରେ ଟିନା ଜୋରରେ କାନ୍ଦିବାକୁ ଲାଗିଥିଲେ।ପରେ ଏ ନେଇ ଟିନା ପ୍ରଯୋଜନା ସଂସ୍ଥାକୁ ଅଭିଯୋଗ କରିଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଟିନାଙ୍କ ଅଭିଯୋଗକୁ ମିଛ ବୋଲି କହି ଧାରାବାହିକ ପାଇଁ ଏ ପର୍ଯ୍ୟନ୍ତ କୌଣସି ଅନ୍ତରଙ୍ଗ ଦୃଶ୍ୟର ସୁଟିଂ ହୋଇ ନାହିଁ ବୋଲି କହିଛନ୍ତି ମୋହିତ୍‌ ।