ମୁମ୍ବାଇ: ଟେଲି ଅଭିନେତ୍ରୀ ଟିନା ଦତ୍ତ ସୁଟିଂ ସମୟରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ହସ୍ପିଟ‌ାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଏବେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ବି କରାଯାଇଛି ବୋଲି ଅଭିନେତ୍ରୀ ସୂଚନା ଦେଇଛନ୍ତି। ସେ ଏବେ ନିଜର ପ୍ରଶଂସକମାନଙ୍କୁ ‘ହେଲ୍‌ଥ ଅପ୍‌ଡେଟ୍‌’ ଦେଇଛନ୍ତି।

Advertisment

ସେ ଆଜିକାଲି ‘ହମ୍‌ ରହେ ୟା ନା ରହେ’ ଧାରାବାହିକରେ କାମ କରୁଛନ୍ତି। ରିପୋର୍ଟ ଅନୁସାରେ ସୁଟିଂ ସେଟ୍‌ରେ କାମ ଚାଲୁଥିବା ବେ‌ଳେ ଅସୁସ୍ଥ ହୋଇ ପଡ଼ିଥିଲେ ଅଭିନେତ୍ରୀ। ଅବସ୍ଥା ବେଶି ଖରାପ ହେବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବାକୁ ପଡ଼ିଲା। ଟିନା ସେ ସୁସ୍ଥ ଅନୁଭବ କରୁଥିବା ପ୍ରଶଂସକମାନଙ୍କୁ କହିଛନ୍ତି।

ଟିନା ଦତ୍ତ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ଲେଖିଛନ୍ତି, ‘‘ଗତ କିଛି ଦିନ ମୋ ପାଇଁ ଖୁବ୍ କଷ୍ଟଦାୟକ ଥିଲା। ସ୍ବାସ୍ଥ୍ୟ ଖରାପ ହେବାରୁ ମୋତେ ହସ୍ପିଟାଲ୍‌ରେ ଭର୍ତ୍ତି ହେବାକୁ ପଡ଼ିଲା। ହେଲେ ଏହି କଠିନ ସମୟରେ ମୁଁ ଆପଣ ସମସ୍ତଙ୍କ ପ୍ରାର୍ଥନା ପାଇଁ କୃତଜ୍ଞ। ମୁଁ ‌ସେ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ମୋ ଦେହ ଖରାପ ସମୟରେ ମୋର ଚିନ୍ତା କରିଛନ୍ତି। ଧନ୍ୟବାଦ ଯେ ଆପଣ ମୋ ଚିନ୍ତା କରିଛନ୍ତି ଓ ମୋ ପାଇଁ ପ୍ରାର୍ଥନା କରିଛନ୍ତି। ଏବେ ‌ମୁଁ ଡିସ୍‌ଚାର୍ଜ ହୋଇସାରିଛି ଓ ପୂର୍ବଅପେକ୍ଷା ଭଲ ଅନୁଭବ କରୁଛି।’’

ଟିନାଙ୍କ ପ୍ରଶଂସକମାନେ ଏକଥା ଜାଣି ଖୁସି ହୋଇଛନ୍ତି ଯେ ତାଙ୍କ ପ୍ରିୟ ଅଭିନେତ୍ରୀ ‌ଏବେ ଠିକ୍‌ ହୋଇ ଯାଇଛନ୍ତି। ତେବେ ଅଭିନେତ୍ରୀ ଏକଥା କହିନାହାନ୍ତି ଯେ ତାଙ୍କର କ’ଣ ହୋଇଥିଲା।