ରାମାୟଣ ଅନୁଯାୟୀ ଏହି ଆଚରଣ ଦ୍ୱାରା ଦାମ୍ପତ୍ୟ ଜୀବନରେ ପଡ଼ିପାରେ ଖରାପ ପ୍ରଭାବ

ନୂଆଦିଲ୍ଲୀ :ମନୁଷ୍ୟ ଜୀବନର ସମସ୍ତ ସଂପର୍କ ବିଷୟରେ ଭାରତୀୟ ପୁରାଣ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ଏପରିକି କେଉଁ ସମୟରେ କ’ଣ କଲେ ଖରାପ ଏବଂ ଭଲ ତାହା ବିଷୟରେ ମଧ୍ୟ ଉପଦେଶ ପ୍ରଦାନ କରାଯାଇଛି । ପ୍ରାୟତଃ ଦାମ୍ପତ୍ୟ ଜୀବନରେ ଅନେକ କଥାକୁ ନେଇ ବିବାଦ ସୃଷ୍ଟି ହୋଇଥାଏ । ବେଳେବେଳେ ସେହି ବିବାଦର ସମାଧାନ ମିଳିଥିବା ବେଳେ ଅନେକ ସମୟରେ ଏଥିପାଇଁ ସମ୍ବନ୍ଧ ମଧ୍ୟ ଭାଙ୍ଗି ଯାଇଥାଏ। ତେବେ ଭାରତୀୟ ଧର୍ମଗ୍ରନ୍ଥ ରାମାୟଣରେ ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାର ଅନେକ ଉପାୟ କୁହାଯାଇଛି । ଭଗବାନ ରାମ-ସୀତାଙ୍କ ସୁଖମୟ ଦାମ୍ପତ୍ୟ ଜୀବନର ଅନେକ କାରଣ ରହିଛି । ଆସନ୍ତୁ ଜାଣିବା ସୁଖୀ ଦାମ୍ପତ୍ୟ ଜୀବନ ବିଷୟର କିଛି ପୌରାଣିକ ତଥ୍ୟ ।

ROCHAK POST

ମନୁଷ୍ୟକୁ ସର୍ବଦା ସଂଯମ ରକ୍ଷା କରି ଚଳିବା ଆବଶ୍ୟକ । କାମବାସନା,କ୍ରୋଧ , ଅହଂକାର , ଲୋଭ ଓ ମୋହ ଆଦି ଉପରେ ମନୁଷ୍ୟର ସଂଯମ ରହିବା ଆବଶ୍ୟକ । ଏହା ଦ୍ୱାରା ବ୍ୟକ୍ତି ଜୀବନରେ ଉନ୍ନତି ଆସିବା ସହ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହୋଇଥାଏ । ଭଗବାନ ରାମ ଏବଂ ସୀତା ନିଜର ଦାମ୍ପତ୍ୟ ଜୀବନରେ ବହୁତ ସଂଯମ ରକ୍ଷା କରୁଥିଲେ । ସବୁବେଳେ ମାନସିକ ଏବଂ ଶାରୀରିକ ସ୍ତରରେ ନିୟନ୍ତ୍ରଣ ରକ୍ଷା କରୁଥିଲେ ଏଣୁ ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥିଲା।
ଦାମ୍ପତ୍ୟ ଜୀବନରେ ସ୍ୱାମୀ -ସ୍ତ୍ରୀ ପରିସ୍ଥିତି ଅନୁସାରେ ମିଳୁଥିବା ସୁଖସୁବିଧାରେ ସନ୍ତୁଷ୍ଟ ହୋଇ ଚଳିବା ଉଚିତ। ରାମାୟଣରେ ରାମଙ୍କ ସହ ସମସ୍ତ ପରିସ୍ଥିତିରେ ତାଙ୍କ ସହ ଖୁସିରେ ରହୁଥିଲେ ମାତା ସୀତା । ସେ ରାଜଉଆସ ହେଉ ବା ବନବାସ, ସ୍ୱାମୀଙ୍କ ସହ ସମସ୍ତ ପରିସ୍ଥିତିରେ ସନ୍ତୁଷ୍ଟ ହୋଇ ରହିବା ହେଉଛି ସୁଖ ଦାମ୍ପତ୍ୟ ଜୀବନର ମୂଳମନ୍ତ୍ର ।

ROCHAK POST

ଦାମ୍ପତ୍ୟ ଜୀବନରେ ପରସ୍ପର ପ୍ରତି ବିଶ୍ୱାସ ଏବଂ ସମ୍ମାନ ରହିବା ନିହାତି ଆବଶ୍ୟକ। ସ୍ୱାମୀ -ସ୍ତ୍ରୀଙ୍କର ପରସ୍ପର ଉପରେ ବିଶ୍ୱାସ ନ ଥିଲେ ଛୋଟ ଛୋଟ କଥାରେ ବିବାଦ ସୃଷ୍ଟି ହୋଇଥାଏ । ଯାହା ପରବର୍ତ୍ତୀ ମୂହୂର୍ତ୍ତରେ ବଡ଼ କଳହର ରୂପ ନେଇଥାଏ ।
ବୈବାହିକ ଜୀବନରେ ସନ୍ତାନର ଏକ ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି । ରାମାୟଣରେ ମଧ୍ୟ ରାମ -ସୀତାଙ୍କ ମଧ୍ୟରେ ହୋଇଥିବା ଭୁଲ ବୁଝାମଣାର ସମାଧାନ ତାଙ୍କ ପୁତ୍ର ଲବ-କୁଶ କରିଥିଲେ । ସନ୍ତାନ ଦ୍ୱାରା ଦାମ୍ପତ୍ୟ ଜୀବନ ଅଧିକ ସୁଖମୟ ହେବା ସହ ପରସ୍ପର ମଧ୍ୟରେ ପ୍ରେମ ବଢ଼ିଥାଏ ।

ସମ୍ବନ୍ଧିତ ଖବର