ମୁମ୍ବାଇ: ଏବେ‘କେଦାର୍ନାଥ୍’ର ପୂରା ଟିମ୍ ସୁଟିଂ ଲାଗି ଉତ୍ତରାଖଣ୍ଡରେ ଅଛନ୍ତି। ଏହି ସିନେମାର ସୁଟିଂ ବି ଚାଲିଛି ଜୋରସୋରରେ। ହେଲେ ତା’ଭିତରେ ଏଣେ ସାରାଙ୍କ ବାପା ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଝିଅ ଉଦ୍ଦେଶ୍ୟରେ କେତେକ ଟିପସ୍ ଦେଇଛନ୍ତି। ସେ ପରାମର୍ଶ ଦେଇଛନ୍ତି କି ବଲିଉଡରେ ଗସିପ୍ ଚାଲିଥାଏ ।ଏଥିରୁ ସାରା ବି ବାଦ୍ ପଡ଼ିବେ ନାହିଁ। କିନ୍ତୁ ଏହାକୁ ଗୁରୁତ୍ୱ ନ ଦେବା ଲାଗି ସୈଫ ସାରାଙ୍କୁ ପରାମର୍ଶ ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତ୍ ଜଣେ ଭଲ ହିରୋ ଏବଂ ଅଭିଷେକ କପୁର ଜଣେ ଭଲ ନିର୍ଦ୍ଦେଶକ। ସବୁଠୁ ବଡ଼ କଥା ହେଲା ସେ ସାରା ଭଲ ପରିବେଶରେ ବଢ଼ିଛନ୍ତି। ଏଣୁ ସେ ନମ୍ର ଏବଂ ସମସ୍ତଙ୍କୁ ସମ୍ମାନ ଦେଇ ଜାଣନ୍ତି। ସୈଫ୍ ନିଜ ଝିଅକୁ ଅନ୍ୟ ଏକ ପରାମର୍ଶ ବି ଦେଇଛନ୍ତି। ତାହା ହେଲା ଯେ ବଲିଉଡରେ ପ୍ରବଳ ପ୍ରତିଦ୍ୱନ୍ଦିତା ଚାଲିଛି। ଏଣୁ ସେଥିରେ ସାମିଲ ନ ହୋଇ ବରଂ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ମନ ଦିଅନ୍ତୁ ବୋଲି କହିଛନ୍ତି ଅଭିନେତା ସୈଫ୍ ଅଲ୍ଲୀ ଖାନ୍ । କୌଣସି ବିପରୀତ ପରିସ୍ଥିତିରେ ବି ବିଚଳିତ ନ ହେବାକୁ କହିଛନ୍ତି। ସୈଫ୍ ଆଶାବାଦୀ ଯେ ସାରା ଜଣେ ଭଲ ଅଭିନେତ୍ରୀ ହେବେ।
ମଝିରେ ଏକ ଖରାପ ଖବର ଏବେ ବଲିଉଡରେ ଚର୍ଚ୍ଚାର ବିଷୟ ହୋଇଥିଲା। ତାହା ହେଲା ଯେ ସିନେମାର ନାୟିକା ସାରା ଅଲ୍ଲୀ ଖାନ୍ ନଖରାମି ଦେଖାଇଲେଣି। ଯାହା ସୂଚନା ମିଳିଛି ,ସେଥିରୁ ଜଣାପଡ଼ୁଛି ଯେ ସାରା ଅଧିକାଂଶ ଦିନ ସେଟରେ ଡେରିରେ ପହଞ୍ଚୁଛନ୍ତି। ସେ ସଟ୍ ଦେବାପୂର୍ବରୁ ମେକ ଅପ୍ ପାଇଁ ବି ଅଧିକ ସମୟ ନେଉଛନ୍ତି। କୁହାଯାଉଛି ଫିଲ୍ମର ସୁଟିଂ ଅପେକ୍ଷା ନିଜର ଲୁକ୍ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ସେ। ଖାଲି ସେତିକି ନୁହେଁ ସେ ନିଜର ଲୁକ୍କୁ ଅନ୍ୟଜଣଙ୍କୁ ସୋସିଆଲ୍ ମିଡିଆରେ ଦେଖାଇ ସେଠାରୁ ସବୁଜ ସଙ୍କେତ ମିଳିବାପରେ ସେଟକୁ ଆସୁଛନ୍ତି। ଏହାକୁ ନେଇ ନିର୍ଦ୍ଦେଶକ ଅଭିଷେକ କପୁର ଖୁବ୍ ଚିନ୍ତିତ ଥିବା କୁହାଯାଉଛି।‘କେଦାର୍ନାଥ୍’ରେ ସୁଶାନ୍ତ ସିଂହ ରାଜପୁତ୍ମେଲ୍ ଲିଡରେ ଅଛନ୍ତି।
ଏହି ଫିଲ୍ମ ‘କେଦାର୍ନାଥ୍’ ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି ସାରା ଅଲ୍ଲୀ ଖାନ୍। ଏହି ଫିଲ୍ମରେ ଅଭିନେତା ସୁଶାଂନ୍ତ ସିଂହ ରାଜପୁତ୍ଙ୍କ ସହିତ ଡେବ୍ୟୁ କରୁଛନ୍ତି ସାରା ଅଲ୍ଲୀ ଖାନ୍ ।
ତେବେ ସୁଟିଂ ଆରମ୍ଭ ହେବାପୂର୍ବରୁ ‘କେଦାର୍ନାଥ୍’ରଟିମ୍ ସହିତ ଭଗବାନ ଶିବଙ୍କ ଦର୍ଶନ କରିଥିଲେ । ହେଲେ ଏବେ ସାରା ଡେରାଡୁନରେ ସୁଟିଂରେ ବ୍ୟସ୍ତ ଅଛନ୍ତି ,ଆଉ ତାଙ୍କ ମାଆ ଅମ୍ରିତା ସିଂହ ମୁମ୍ବାଇରେ ବିନିଦ୍ର ରଜନୀ ବିତାଉଛନ୍ତି। କିନ୍ତୁ ଶୁଣିବାକୁ ମିଳୁଛି ଯେ ଝିଅର ଅଜାଣତରେ ମାଆ ସାରାଙ୍କର ଗତିବିଧି ଉପରେ ନଜର ରଖିବାକୁ ଜଣଙ୍କୁ ନିୟୋଜିତ କରିଛନ୍ତି। ଖାଲି ସେତିକି ନୁହେଁ ସାରାଙ୍କୁ କୌଣସି ସହ କଳାକାରଙ୍କ ସହ ଡେଟ୍ ନ କରିବାକୁ ପରାମର୍ଶ ଦେଇଛନ୍ତି। ଏକଥାକୁ ବି ସାରା ଅକ୍ଷରେ ଅକ୍ଷରେ ମାନୁଥିବା କୁହାଯାଉଛି।