ଟାଇଟଲ୍‌ ବଦଳିଲା ଏହି ଓଡ଼ିଆ ସିନେମାର

ଭୁବନେଶ୍ୱର: ଓଲିଉଡ୍‌ ରେ ଅନେକ ସମୟରେ ଟାଇଟଲ ବଦଳିଥାଏ। ତାର ଅବଶ୍ୟ କାରଣ ଭିନ୍ନ ଭିନ୍ନ।ଏଠାରେ ଯେଉଁ ସିନେମାର କଥା କୁହାଯାଉଛି ତାହା ହେଲା‘ବେଷ୍ଟ୍‍ ଅଫ୍‌ ଲକ୍‌ ’। ହେଲେ ଏବେ ତାର ଟାଇଟଲ ବଦଳିଯାଇଛି। ଏହାର ନୂଆ ଟାଇଟଲ ହେଲା ଡାର୍ଲିଂ। ଏଥିରେ ଦର୍ଶକଏକ ନୂଆ ଯୋଡିକୁ ଭେଟିବେ। ସେମାନେ ହେଲେ ବରଦାପ୍ରସନ୍ନ ଜେନା-ସୁଶ୍ରୀ। ଏହି ସିନେମାରେ ନବାଗତ ବରଦାପ୍ରସନ୍ନ ଜେନା ନାୟକ ଭୂମିକାରେ ଅବତୀର୍ଣ ହୋଇଛନ୍ତି ଏବଂ ସୁଶ୍ରୀ ନାୟିକା ସାଜିଛନ୍ତି। ଏତଦବ୍ୟତୀତ ଉତ୍ତମ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା,ଅସିତ ପତି , ପୀୟୁଷ ଏବଂ ପିଣ୍ଟୁ ନନ୍ଦ ପ୍ରମୁଖ ଅଭିନୟ କରିଛନ୍ତି ।

ଆସିବୁ କେବେ ସାଜି ମୋ ରାଣୀ, ମୁଁ ଦିଓ୍ଵାନା ତୋ ପାଇଁ , ସାହିତ୍ୟ ଦିଦି, ଆଦିର ନିର୍ଦେଶନା ଦେଇଥିବା ମନୋରଞ୍ଜନ ପାଲ୍‌ ଏହି ସିନେମାର ନିର୍ଦ୍ଦେଶକ । ଜଣାଶୁଣା ସଂଳାପକାର ଡ଼ ରଜନୀରଞ୍ଜନ ଏହାର ସଂଳାପ ଲେଖିଥିବା ବେଳେ ସଂଗୀତକାର ଦୀପକ କୁମାର ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଏହାର ପୋଷ୍ଟ ପ୍ରଡକସନ୍‌ କାମ ସରିଛି ଏବଂ ଖୁବ୍ ଶୀଘ୍ର ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର