ଏମିରେଟ୍ସ ବିମାନରେ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଦିଆଯାଇଥିବା ଖାଦ୍ୟରୁ ବାହାରିଲା ଚୁଟି

କୋଲକାତା: ଏମିରେଟ୍ସ ବିମାନରେ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଦିଆଯାଇଥିବା ଖାଦ୍ୟରୁ ବାହାରିଲା ଚୁଟି। ଟ୍ବିଟ କରି ଏନେଇ ବିରକ୍ତି ପ୍ରକାଶ କ‌ଲେ ମିମି। ଅଭିନେତ୍ରୀରୁ ସାଂସଦ ହୋଇଥିବା ମିମି, ଏମିରେଟ୍ସ ବିମାନରେ ଯାତ୍ରା କରୁଥିବା ବେଳେ ନିଜ ପାଇଁ ଖାଦ୍ୟ ଅର୍ଡର କରିଥିଲେ। ଖାଦ୍ୟ ମିଳିବା ପରେ ସେଥିରେ ଚୁଟି ଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏମିରେଟ୍ସ ଭଳି ବିମାନ କମ୍ପାନି ଏଭଳି ଦାୟିତ୍ବହୀନତା ଭଳି କାମ କରିଥିବାରୁ ଟ୍ବିଟ କରି ଅଭିଯୋଗ କରିଛନ୍ତି ମିମି।

aajtak

ଟ୍ବିଟରେ ମିମି ଫଟୋ ସେୟାର କରିଥିବା ବେଳେ ଫଟୋରେ ଚୁଟି ଥିବା ସ୍ପଷ୍ଟ ଦେଖାଯାଉଛି। ଫଟୋ ଟ୍ବିଟ କରି ମିମି ଲେଖିଛନ୍ତି, ମୋତେ ଲାଗୁଛି ଆପଣ ଏତେ ବଡ଼ ହୋଇଗଲେଣି ଯେ, ଯାତ୍ରୀଙ୍କ ଅଭିଯୋଗକୁ ଅଣଦେଖା କରିବା ଆରମ୍ଭ କଲେଣି। ଯେଉଁମାନେ ଆପଣଙ୍କ ବିମାନରେ ଯାତ୍ରା କରୁଛନ୍ତି ଅନ୍ତତଃ ସେମାନଙ୍କ ଧ୍ୟାନ ତ ରଖିବା ଜରୁରୀ। ଖାଦ୍ୟରୁ ଚୁଟି ବାହାରିଛି ଏବଂ ଏହା ଭଲ କଥା ନୁହେଁ। ମୁଁ ଆପଣଙ୍କୁ ଏବଂ ଆପଣଙ୍କ ଦଳକୁ ମଧ୍ୟ ଇମେଲ କରିଥିଲି। କିନ୍ତୁ କୌଣସି ଉତ୍ତର ପାଇଲି ନାହିଁ। ଇମେଲକୁ ଅଣଦେଖା କରାଯିବା ସହିତ କ୍ଷତିପୂରଣ ମଧ୍ୟ ଦିଆଯାଇ ନାହିଁ। ମୋତେ କ୍ଷମାପ୍ରାର୍ଥନା ମଧ୍ୟ କରାଯାଇ ନାହିଁ।

ସମ୍ବନ୍ଧିତ ଖବର