ଶରୀରକୁ ନିରୋଗ ରଖିବା ପାଇଁ ପ୍ରତିଦିନ ଦୁଇ ଥର କରନ୍ତୁ ଏହି କାମ!

ଆଜିକାଲି ଅଧିକାଂଶ ଲୋକ ଚିନ୍ତା ଓ ଅବସାଦଗ୍ରସ୍ତ।ଏହି କାରଣରୁ କେତେକ ଲୋକ ମାନସିକ ଅବସାଦ ରୋଗର ମଧ୍ୟ ଶିକାର ହୋଇଥାନ୍ତି। ଯଦି ଆପଣ ବି ଏହାର ଶିକାର ହୋଇଛନ୍ତି ବା ମାନସିକ ଚାପ ଭିତରେ ରହୁଛନ୍ତି,ତେବେ ଏକ ସହଜ ଉପାୟକୁ ଆପଣାନ୍ତୁ।

ଯେଉଁମାନେ ମାନସିକ ଉତ୍ତେଜନା ଓ ଚିନ୍ତା ଭିତରେ ଅଛନ୍ତି ସେମାନଙ୍କ ପାଇଁ ରାମବାଣ ହେଉଛି ଶିବଲିଙ୍ଗ ହସ୍ତ ମୁଦ୍ରା। ଏହା ଜରିଆରେ ଅସାଧ୍ୟ ରୋଗରୁ ମଧ୍ୟ ମୁକ୍ତି ମିଳିପାରିବ। ସଂକଳ୍ପ ଶକ୍ତି ମଧ୍ୟମରେ ଯେ କୌଣସି ସିଦ୍ଧି ହାସଲ କରି ହେବ। ସଂକଳ୍ପ ଶକ୍ତି ବଢ଼ାଇବା ଲାଗି ଶିବଲିଙ୍ଗ ମୁଦ୍ରା ଏକ ସରଳ ଆସନ ଅଟେ। ଏହା ନୂଆ ଚେତନା ଓ ଶକ୍ତିି ସଞ୍ଚାରିତ ହୋଇଥାଏ।

ଶିବଲିଙ୍ଗ ମୁଦ୍ରା ପାଇଁ ବାମ ହାତକୁ ପେଟ ପାଖକୁ ଆଣନ୍ତୁ। ଡାହାଣ ହାତରେ ମୁଠି କରି ତାକୁ ବାମ ପାପୁଲି ଉପରେ ରଖନ୍ତୁ। ଡାହାଣ ଆଙ୍ଗୁଠି ସମତେ ସମସ୍ତ ଆଙ୍ଗୁଠିକୁ ଯୋଡ଼ି ରଖନ୍ତୁ। ଉଭୟ ହାତରେ କହୁଣିକୁ ଡାହାଣ-ବାମ କରି ସିଧା ରଖନ୍ତୁ। ଧିମାଗତିରେ ଜୋରରେ ନିଃଶ୍ୱାସ ନିଅନ୍ତୁ। ଏହି ଆସନକୁ ପ୍ରତିଦିନ ପାଞ୍ଚ ମିନିଟ୍‌ ଯାଏଁ ଦୁଇ ଥର କରନ୍ତୁ। ଏହା ଆପଣଙ୍କର ସଂକଳ୍ପ ଶକ୍ତିକୁ ବଢ଼ାଇବାରେ ସହାୟକ ହୋଇଥାଏ।

 

ସମ୍ବନ୍ଧିତ ଖବର