ଭଜନ ସମ୍ରାଟ ଭିକାରୀ ବଳ ୧୯୨୯ ମେ ଆଜି ଦିନରେ କେନ୍ଦ୍ରାପଡ଼ା ଅନ୍ତର୍ଗତ ସୋବଳା ଗ୍ରାମରେ ଜନ୍ମ ହୋଇଥିଲେ। ତାଙ୍କ ଜନ୍ମ ପୂର୍ବରୁ ପିତା ରାମଚନ୍ଦ୍ର ବଳ ଓ ଗେହ୍ଲାରାଣୀ ଦେବୀଙ୍କର ଏକାଧିକ ଶିଶୁ ଜନ୍ମ ହୋଇ ମୃତ୍ୟୁବରଣ କରିଥିଲେ। ତେଣୁ ପ୍ରଚଳିତ ଅନ୍ଧବିଶ୍ବାସ ଅନୁଯାୟୀ ଭିକାରୀଙ୍କୁ ଦୀର୍ଘାୟୁ କରିବା ପାଇଁ ତାଙ୍କୁ ଭିନ୍ନ ଜାତିରେ ବିକ୍ରି କରି ପୁଣି କିଣାଯାଇଥିଲା। ସେ ଅଳ୍ପ ବୟସରେ ପିତାମାତାଙ୍କୁ ହରାଇଥିଲେ। ବଡ଼ ଭାଇ ଧନେଶ୍ବର ତାଙ୍କ ଲାଳନପାଳନ କରିଥିଲେ। ଗ୍ରାମର ଯାତ୍ରା ଦଳରୁ ତାଙ୍କର କଳାକାର ଜୀବନ ଆରମ୍ଭ ହୋଇଥିଲେ। ସେଠାରେ ସେ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବା ସହ ଗୀତ ଗାଇବା ଶିଖିଥିଲେ। ପରେ ସେ କଟକ ଚାଲିଯାଇଥିଲେ।

Advertisment

publive-image

କ୍ରମେ ସେ ଜଣେ ଅସାଧାରଣ କଣ୍ଠଶିଳ୍ପୀ ଭାବେ ପ୍ରତିଷ୍ଠିତ ହୋଇଥିଲେ। ଓଡ଼ିଶୀ, ଛାନ୍ଦ, ଚମ୍ପୂ, ଜଣାଣ, ଗୀତଗୋବିନ୍ଦ, ଶ୍ରୀଜଗନ୍ନାଥଙ୍କ ଭଜନ ଓ ଜଣାଣ ଗାୟନରେ ଭିକାରୀଙ୍କ ପଟାନ୍ତର ନାହିଁ। ତାଙ୍କ କଣ୍ଠରୁ ନିଃସୃତ ‘କୋଠ ଭୋଗ ଖିଆ...’, ‘ଷାଠିଏ ପଉଟି ଭୋଗରୁ ତୁମର...’, ‘ହାତରେ ମୋ ମୁଠାମୁଠା ଶରଧା ବାଲି...’, ‘କେତେ ଲୀଳା ଲଗାଇଛ କଳା ଠାକୁର...’ ଭଳି ଭକ୍ତି ସଂଗୀତ ଏବେ ବି କୋଟିକୋଟି ଓଡ଼ିଆଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ରହିଛି। ସେ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଥିଲେ। ଅନେକ ମଠ, ମନ୍ଦିର, ଆଧୢାତ୍ମିକ ଅନୁଷ୍ଠାନ ସହ ସେ ସ˚ପୃକ୍ତ ଥିଲେ। ଶ୍ରୀମନ୍ଦିରରେ ଚାମର ସେବାର ସୁଯୋଗ ତାଙ୍କୁ ମିଳିଥିଲା। ପୁରୀ ଗଜପତିଙ୍କ ଠାରୁ ସେ ‘ଭଜନ ସମ୍ରାଟ’ ଉପାଧି ପାଇଥିଲେ। ସେ ଚୌଦ୍ବାରରେ ଏକ ଜଗନ୍ନାଥ ମନ୍ଦିର ତୋଳାଇଥିଲେ। ୨୦୧୦ ନଭେମ୍ବର ୨ ତାରିଖରେ ଭିକାରୀ ବଳ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।