ଯୌନ ଶୋଷଣ ଅଭିଯୋଗ ପରେ ନାନା ପାଟେକର୍‌ ଏବଂ ସାଜିଦ୍‌ ଖାନ ଯେଉଁ ସିନେମାରୁ ଓହରିଥିଲେ, ତାହା ଆଜି ପରଦାକୁ ଆସୁଛି

ମୁମ୍ବାଇ: ଆଜି ରିଲିଜ୍ ହେଉଛି ଏବର୍ଷର ଅନ୍ୟତମ ବହୁପ୍ରତୀକ୍ଷିତ ସିନେମା ‘ହାଉସଫୁଲ୍‌-୪’। ‘ହାଉସଫୁଲ୍‌-୪’ରେ ଅକ୍ଷୟ କୁମାର, ରିତେଶ୍‌ ଦେଶମୁଖ୍‌,ବବି ଦେଓଲ୍‌,ଶରଦ୍‌ କେଲକର୍‌,ପୂଜା ହେଗ୍‌ଡେ,କ୍ରିତି ଖରବନ୍ଦା, କ୍ରିତି ସାନନ୍‌ , ଚଙ୍କି ପାଣ୍ଡେ ଏବଂ ନୱାଜୁଦ୍ଦିନ ସିଦ୍ଦିକୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।ଫରହାଦ୍ –ସାମଜି ଏହାର ନିର୍ଦ୍ଦେଶକ।

image source-amarujala

ସ୍ମରଣଯୋଗ୍ୟ, ପ୍ରଥମେ ‘ହାଉସଫୁଲ୍‌-୪’ର ନିର୍ଦ୍ଦେଶନା ଦେଉଥିଲେ ସାଜିଦ୍‌ ଖାନ୍‌। ସାଜିଦ୍‌ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ‘ହାଉସଫୁଲ୍‌-୪’ର ସୁଟିଂ କରୁଥବା ବେଳେ ନିର୍ଦ୍ଦେଶକ ସାଜିଦ୍ ଖାନ୍‌ଙ୍କ ନାଆଁରେ ବି ଯୌନ ଶୋଷଣର ଅଭିଯୋଗ ଆସିବାପରେସେ ‘ହାଉସ୍‌ଫୁଲ୍‌-୪’ରୁ ଓହରି ଯାଇଥିଲେ।ଠିକ୍ ସେହିପରି ନାନା ପାଟେକର୍‌ଙ୍କୁ ଏଥିରୁ ଅନୁରୂପ କାରଣରୁ ଓହରିବାକୁ ପଡ଼ିଥିଲା।

image source-news18

ବଲିଉଡ ସୁପରଷ୍ଟାର୍‌ ଅକ୍ଷୟ କୁମାରଙ୍କ ‘ହାଉସଫୁଲ୍‌-୪’ ଆଉ ଏକ ରେକର୍ଡ ସୃଷ୍ଟି କରିଥିବା କୁହାଯାଉଛି। ଏହି ଫିଲ୍ମର ଏକ ବଡ଼ ଡିଲ୍‌ ହୋଇଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ,ସାଜିଦ୍‌ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ‘ହାଉସ୍‌ଫୁଲ-୪’ର ସମସ୍ତ ରାଇଟ୍‌ସ ୨୦୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଏଥିରେ ଥିଏଟ୍ରିକାଲ୍‌,ଓଭରସିଜ୍‌,ସାଟେଲାଇଟସ୍‌ ଓ ଡିଜିଟାଲ୍‌ ରାଇଟ୍‌ସ ଆଦି ଅନ୍ତର୍ଭୁକ୍ତ। କୁହାଯାଉଛି ଫକ୍‌ସ ଷ୍ଟାର୍‌ ଇଣ୍ଡିଆ ଉପରୋକ୍ତ ସମସ୍ତ ରାଇଟ୍‌ସ ନିର୍ମାତା ସାଜିଦ୍‌ ନାଡିଆଡଓ୍ଵାଲାଙ୍କଠାରୁ କ୍ରୟ କରିଛି। ଏଭଳି ଡିଲ୍‌ କରାଯିବାର ଏହା ପ୍ରଥମ।

ସମ୍ବନ୍ଧିତ ଖବର